ମେଷ: ଦିନଟି କିଛି ଭଲ ଖବର ସହିତ ଆରମ୍ଭ ହେବ ଏବଂ ଆପଣଙ୍କର କିଛି ବିଶେଷ ଉଦ୍ଦେଶ୍ୟ ମଧ୍ୟ ପୂରଣ ହେବ, ଯାହା ଯୋଗୁଁ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ।
ବୃଷ: ଆଜି ଆପଣ ନିକଟ ସମ୍ପର୍କୀୟଙ୍କଠାରୁ କିଛି ଭଲ ଖବର ପାଇବେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସହିତ ଫୋନରେ କିଛି ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହେବ, ଯାହା ଲାଭଦାୟକ ହେବ। ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି ବିଚାରାଧୀନ ସମସ୍ୟାର ମଧ୍ୟ ସମାଧାନ ହୋଇପାରେ।
ମିଥୁନ: ଆଜି ଆପଣ ନିଜ ପାଇଁ କିଛି ନିୟମ ତିଆରି କରିବେ ଏବଂ ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାମ ଯୋଜନାବଦ୍ଧ ଭାବରେ ସମାପ୍ତ ହେବ।
କର୍କଟ: ଆପଣଙ୍କର ଦିନଟି ଖୁସିରେ କଟିବ। ବରିଷ୍ଠ ଏବଂ ଅଭିଜ୍ଞ ଲୋକଙ୍କ ମାର୍ଗଦର୍ଶନରେ ଆପଣ ଆପଣଙ୍କର ଯେକୌଣସି ସମସ୍ୟାର ସମାଧାନ ପାଇବେ।
ସିଂହ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭକାରୀ। ଘନିଷ୍ଠ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
କନ୍ୟା: ଅଯଥା କାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧି ହେତୁ ମନରେ ଚିନ୍ତା ରହିବ। ଅତ୍ୟଧିକ ଚିଡିଚିଡା ହେବାର କାରଣ ହୋଇପାରେ।
ତୁଳା: ଜରୁରୀ କାମ କରିବା ପୂର୍ବରୁ ଘରର ବଡ଼ଙ୍କ ଠାରୁ ସମ୍ମତି ନିଅନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଠିକ୍ ରହିବ। ଆପଣଙ୍କୁ ସବୁ ଲୋକ ସହଯୋଗ କରିବେ।
ବିଛା: ଟଙ୍କାପଇସା ନେବା ଦେବାବେଳେ ସାବଧାନ ଅବଲମ୍ବନ କରନ୍ତୁ। କାମ କରିବା ସମୟରେ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ କରନ୍ତୁ। ବେପାରରେ ଆୟର ନୂଆ ଉତ୍ସ ପାଇବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।
ଧନୁ: ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ।
ମକର: କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷତ ହୋଇପାରେ। ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବେ।
କୁମ୍ଭ: ଆପଣଙ୍କ କାମରେ ମନ ମୁତାବକ ପରିଣାମ ପାଇବେ।
ମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ।