Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ

ପୁରୀ: ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଏହି ଅବସରରେ ବାବା ଲୋକନାଥଙ୍କୁ ଭକ୍ତଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢ଼ାଯିବ । ବର୍ଷ ତମାମ ଜଳରାଶିରେ ବୁଡି ରହିଥିବାରୁ ପ୍ରଭୁଙ୍କ ଦର୍ଶନ ମିଳେନାହିଁ। ଯାହାଫଳରେ ପଙ୍କୋଦ୍ଧାର ଏକାଦଶୀ ଦିନ ପ୍ରଭୁଙ୍କ ଉପରୁ ବେଲପତ୍ର,ପୁଷ୍ପ ,ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢ଼ାଯାଇଥାଏ। ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ରୂପେ ଦେଖିବାକୁ ଭକ୍ତ ମାନେ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି।