ଦୁର୍ଘଟଣା ପରେ ବ୍ରିଜ ତଳକୁ ଖସିଲା ୨ ଟ୍ରକ୍


ଭଦ୍ରକ: ଭଦ୍ରକରେ ଦୁର୍ଘଟଣା ଗସ୍ତ ହୋଇ ବ୍ରିଜ ତଳକୁ ଖସିଲା ୨ ଟ୍ରକ୍। ୧୬ ନଂ ଜାତୀୟ ରାଜପଥ ଗେଲପୁର ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁଇଟି ଟ୍ରକର ଡ୍ରାଇଭରଙ୍କ ସହିତ ଜଣେ ହେଲପର ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛି ଭଦ୍ରକ ପୋଲିସ। ସୂଚନା ଅନୁଯାୟୀ ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଆସି ଆଉ ଗୋଟିଏ ଟ୍ରକ ପିଟିଥିଲା। ଯାହାପରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।