Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରମ୍ପେଲା ରେ ମହାଶିବରାତ୍ରି ଅବସରରେ ପ୍ରତୀକାତ୍ମକ କୁମ୍ଭ ସ୍ନାନ ଓ ମହାଶିବରାତ୍ରି କାର୍ଯ୍ୟକ୍ରମ ଅନୁଷ୍ଠିତ।

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ରମ୍ପେଲା ସ୍ଥିତ ମହାଦେବ ମନ୍ଦିର ରେ ମହାଶିବରାତ୍ରି ଅବସରରେ ପ୍ରତୀକାତ୍ମକ କୁମ୍ଭ ସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ କୁମ୍ଭ ସ୍ନାନ କରିଥିବା ସମସ୍ତ ରମ୍ପେଲା ଗ୍ରାମବାସୀ ଙ୍କ ଘରୁ ଗଙ୍ଗା ଜଳ ସଂଗ୍ରହ କରି କଳସ ମାନଙ୍କ ରେ ରଖାଯାଇଥିଲା। ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ଶିବ ଭଗବାନ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ମୁଖ୍ୟ ପଣ୍ଡିତ ମନୋଜ ଦେବତା ଓ ପ୍ରଶାନ୍ତ ଦାସ ସମସ୍ତ ବୈଦିକ ରୀତିନୀତି ରେ ପୂଜାର୍ଚ୍ଚନା କରିଥିଲେ ଏବଂ ସଂଗ୍ରହ ହୋଇଥିବା ଗଙ୍ଗାଜଳ ରେ ଭଗବାନ ଶିବ ଙ୍କ ଅଭିଷେକ କରି ଉକ୍ତ ଜଳ କୁ ସମସ୍ତ ଗ୍ରାମବାସୀ ଙ୍କୁ ପ୍ରତୀକାତ୍ମକ ସ୍ନାନ କରାଇ ଥିଲେ। ବିନୋଦ ନନ୍ଦ ସପତ୍ନିକ କର୍ତ୍ତା ହୋଇଥିଲା ବେଳେ ରାମସହାୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ଅକ୍ଷୟ ମାହାଣା, ନରେଶ ମାହାଣା, ହଜାରୀ ତଣ୍ଡକାର, ପୀତବାସ ତଣ୍ଡକାର, ବସନ୍ତ ତଣ୍ଡକାର ପ୍ରମୁଖ ଙ୍କ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
ମହା ଶିବରାତ୍ରୀ ମେଳା ଅବସର ରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ମହାକୁମ୍ଭ ମେଳା ରୁ ଅଣାଯାଇଥିବା ପବିତ୍ର ଗଙ୍ଗାଜଳ ରେ ମହାଦେବ ଙ୍କୁ ଜଳାଭିଷେକ କରି ଉକ୍ତ ଜଳକୁ ସମସ୍ତ ଗ୍ରାମବାସୀ ଙ୍କ ମଧ୍ୟରେ ସିଞ୍ଚନ କରାଯାଇ ପ୍ରତୀକାତ୍ମକ କୁମ୍ଭସ୍ନାନ କରାଯାଇଥିଲା, ଯାହାକି କୁମ୍ଭ ସ୍ନାନ ର ପୁଣ୍ୟ ପ୍ରଦାନ କରିବ ବୋଲି ଗ୍ରାମବାସୀମାନେ ଚର୍ଚ୍ଚା କରିଥିଲେ। ପୁରା ରାତି ଶ୍ରଦ୍ଧାଳୁ ଭକ୍ତମାନେ ଉପବାସ ଓ ଜାଗର ରହି ଭଗବାନ ଶିବ ଙ୍କ ଚାରି ପ୍ରହାର ପୂଜାର୍ଚ୍ଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ