Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାସକର ଶିଶୁକୁ ୩୦ରୁ ଅଧିକ ଚେଙ୍କ, ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ମାସକର ଶିଶୁକୁ ଦିଆଯାଇଛି ୩୦ରୁ ଅଧିକ ଚେଙ୍କ। ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା । କୌଣସି କାରଣ ବଶତଃ ପିଲାଟିର ଦେହ ଠିକ୍ ନହେବାରୁ ତାକୁ ପରିବାର ଲୋକେ ଚେଙ୍କ ଦେଇଥିଲେ। ଶିଶୁର ମୁଣ୍ଡ ଓ ପେଟରେ ଦିଆଯାଇଛି ଏହି ଚେଙ୍କ । ଶିଶୁଟି ଗୁରୁତର ହେବା ପରେ ତାକୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଶିଶୁର ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ତେବେ ଚିକିତ୍ସା ପରେ ଶିଶୁଟି ଭଲ ଥିବା କହିଛନ୍ତି ଡାକ୍ତର ।