କୁଚିଣ୍ଡାରେ ଶିକ୍ଷକଙ୍କୁ ନୃଶଂସ ହତ୍ୟା
 
        ଜମନକିରା :  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଖର୍ଲା ବାଇପାସ ବ୍ରିଜ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ଥାନା ପୋଲିସକୁ ଖବର ଦେଇଥିଲେ। ମୃତକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ।
 ସୂଚନା ଅନୁଯାୟୀ ଗତକାଲି ଶିକ୍ଷକ ଜଣଙ୍କ କୌଣସି କାମରେ ବାହାରକୁ ଯାଇଥିଲେ। ହେଲେ ରାତିରେ ଘରକୁ ଫେରିନଥିଲେ। ଆଜି ସକାଳେ ଖର୍ଲା ପୋଲ ନିକଟରେ ଶିକ୍ଷକଙ୍କ ଗଳାକଟା ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। କୁଚିଣ୍ଡା ପୋଲିସ ଏବଂ ସମ୍ବଲପୁର ସାଇନଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ପୋଲିସ କହିଛି।

 
                        
 
                                 
                                 
                                 
                                 
                                