ଆଉ ଦୌଡ଼ିବାକୁ ପଡ଼ିବନି ରାଜସ୍ବ ଅଫିସ୍, ଆପ ଜରିଆରେ ମିଳିବ ସାର୍ଟିଫିକେଟ


ଭୁବନେଶ୍ବର: ପ୍ରମାଣପତ୍ର ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ରାଜସ୍ବ ଅଫିସ । ରାଜ୍ୟ ସଂକ୍ରାନ୍ତକୁ ନେଇ ରାଜସ୍ବ ବିଭାଗ ନେଇଛି ବଡ଼ ନିଷ୍ପତ୍ତି । ଏପ୍ରିଲରୁ ଆରମ୍ଭ ହେବ ରାଜସ୍ୱ ବିଭାଗର ନୂଆ ଆପ୍‌ । ଘରେ ବସି ପାଇ ପାରିବେ ସାର୍ଟିଫିକେଟ । ଅବହେଳା କଲେ ଧରା ପଡିବେ ଅଧିକାରୀ ।

ଏବେ ଜାତି ପ୍ରମାଣପତ୍ର, ଇନକମ ସାର୍ଟିଫିକେଟ, ରେସିଡେଣ୍ଟାଲ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି । ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରି ହେବ । ଏଥିପାଇଁ ଆସନ୍ତା ଏପ୍ରିଲ ମାସରେ ଏକ ସ୍ୱତନ୍ତ୍ର ଆପ ଉନ୍ମୋଚନ କରିବାକୁ ଯାଉଛି ରାଜସ୍ୱ ବିଭାଗ ।

ମୋବାଇଲେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କଲେ ସମସ୍ତ ତଥ୍ୟ ପଞ୍ଜିକୃତ ହେବ । କେଉଁ ସାର୍ଟିଫିକେଟ କେତେ ସମୟରେ ମିଳିବ ସେଥିପାଇଁ ସମୟ ଧାର୍ଯ୍ୟ ହେବ । ନିର୍ଦ୍ଦିଷ୍ଟ ସମୟରେ ସାର୍ଟିଫିକେଟ ନମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।