ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହାଇସ୍କୁଲ ପ୍ରଧାନଶିକ୍ଷକ , ଶିକ୍ଷୟତ୍ରୀ ଙ୍କ ମାସିକ ସମ୍ମିଳନୀ ଆଜି ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅଚଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୀରମହାରାଜପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ମୁଖ୍ୟଅତିଥି ,ଓ ବରିଷ୍ଠ ପ୍ରଧାନଶିକ୍ଷକ କାଳିଆ କର୍ମୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦଣ୍ଡଧର ପାତ୍ର ସଭା ରେ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା l ମୁଖ୍ୟ ଅତିଥି ଶ୍ରୀ ଦାଶ ଉତ୍କର୍ଷ, ଖାନ ଏକାଡେମୀ, ଆପାର ଆଇ. ଡି, ପଞ୍ଚସଖା ଶିକ୍ଷା ସେତୁ, ମୁକ୍ତ ବିଦ୍ୟାଳୟ ରେ ନାମ ଲେଖା, ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ସମସ୍ତ ପ୍ରଧାନ ଶିକ୍ଷକ ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ବିଦ୍ୟାଳୟ ର ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର , ଲାଇବ୍ରେରୀ ପରିଦର୍ଶନ କରିବା ସହ ନିଜ ନିଜର ମତାମତ ପ୍ରଦାନ କରିଥିଲେ l ଶୁକ୍ରବାର ଆନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶିକ୍ଷକ ଅକ୍ଷୟ ରାଏ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
ଅଚଣ୍ଡା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ହାଇ ସ୍କୁଲ ପ୍ରଧାନ ଶିକ୍ଷକ , ଶିକ୍ଷୟିତ୍ରୀ ଙ୍କ ମାସିକ ସମ୍ମିଳନୀ ଅନୁଷ୍ଠିତ
