ତାରାଙ୍କ ସମର୍ଥନରେ ବାହାରିଲା ବିଜେଡି


ଭୁବନେଶ୍ବର: ଗତକାଲି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ଓଡ଼ିଶା ରାଜନୈତିକ ଇତିହାସରେ ଯୋଡ଼ି ହେଲା କଳଙ୍କିତ ଅଧ୍ୟାୟ । ଯାହା ନେ ବେକେ ଓଡ଼ିଶା ଲୋକେ ଦେଖିଥିଲେ । ହାତାହାତି ହେଲେ ବିଜେପି ଓ ବିଜେପି ନେତା । ଠେଲାପେଲାରେ କମ୍ପିଲା ଗୃହ । ଆଉ ଏହି ଘଟଣାରେ ବାଚସ୍ପତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ।

ଏପଟେ, କଂଗ୍ରେସ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିଛି । ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତି ଶାନ୍ତିପୂର୍ଣ୍ଣ ଭାବରେ ବିଧାୟକମାନେ ଧାରଣାରେ ବସିବେ । ସେପଟେ ଘଟଣାକୁ ନେଇ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା । ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା । ପବିତ୍ର ଗୃହରେ ମାଆ ମାଉସୀ ନେଇ ଗାଳି କରିବା ଏହା ହେଉଛି ବିଜେପିର ଆଚାର ଉଚ୍ଚାରଣ ।

ଅନେକ ସମୟରେ ସେ ଗୃହରେ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ ବାଣ ଭଳିଆ ଭେଦିଥିଲା ବୋଲି କହିଛନ୍ତି ତାରା । ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଭୁଲି ନାହିଁ ଶାଳୀନତା । ତେବେ ଆଜି ଏସମ୍ପର୍କରେ କଂଗ୍ରେସ ଭବନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ସମସ୍ତ ବିଧାୟକ ଓ ଦଳର ବରିଷ୍ଠ ନେତା ଯୋଗଦେବା କାର୍ଯ୍ୟକ୍ରମ ରହିଛି ସେପଟେ ତାରପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବାହାରିଲା ବିଜେଡି ।  ତାରାପ୍ରସାଦଙ୍କ ବିରୋଧରେ ନିଲମ୍ବନକୁ ଘୋର ବିରୋଧ କରିଛି ବିଜେଡି । ନିଲମ୍ବନ ପ୍ରତ୍ୟାହାର ପାଇଁ ବାଚସ୍ପତିଙ୍କୁ ଭେଟିଛନ୍ତି ବିଜେଡି ବିଧାୟକ ।