Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭାକୁ ସାମ୍ବାଦିକଙ୍କୁ ମୋବାଇଲ ନେବା ଉପରେ ରୋକ, ଧାରଣାରେ ସାମ୍ବାଦିକ

ଭୁବନେଶ୍ବର: ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା । ଏହାର ପ୍ରତିବାଦ କରିଛନ୍ତି ସାମ୍ଵାଦିକମାନେ । ଗୃହ କାର୍ଯ୍ୟରୁ ସେମାନେ ଦୂରେଇ ରହିଛନ୍ତି । ବିଧାନସଭା ପରିସରରେ ଗାନ୍ଧିମୂର୍ତ୍ତୀ ତଳେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି । ଏହାସହ ପ୍ରେସ ଗ୍ୟାଲେରୀକୁ ମଧ୍ୟ ବୟକଟ କରିଛନ୍ତି ।

ସାମ୍ବାଦିକମାନଙ୍କ କଣ୍ଠରୋଧ କରିଛନ୍ତି ବାଚସ୍ପତି । ମୋବାଇଲ ଫୋନ ବ୍ୟାନ କରି ସାମ୍ବାଦିକଙ୍କ ଖବର ସଂଗ୍ରହ ଓ ପ୍ରସାର କ୍ଷମତା କ୍ଷୁର୍ଣ୍ଣ କରିବାକୁ ଷଡଯନ୍ତ୍ର ବିରୋଧରେ ଗୃହରୁ ଖବର ସଂଗ୍ରହ ବଏକଟ କରି ପ୍ରତିବାଦ କରୁଛନ୍ତି ସାମ୍ବାଦିକ । ଗତକାଲି ବିରୋଧୀଙ୍କ ସ୍ୱର ଚାପିଥିଲେ ସରକାର । ଆଜି ଗଣମାଧ୍ୟମର ସ୍ୱର ଚାପିଲେ ବୋଲି କହି ଧାରଣାରେ ବସିଛନ୍ତି ସାମ୍ୱାଦିକ ।

ଅନ୍ୟପଟେ ଏହି ପ୍ରସଙ୍ଗରେ ବର୍ଷିଛି ବିଜେଡି । ବିଧାୟକ ଅରୁଣ ସାହୁ କହିଛନ୍ତି, କେଉଁ କଥାକୁ ଘୋଡାଇବାକୁ ଚାହୁଁଛନ୍ତି ସରକାର, ତାହା ସ୍ପଷ୍ଟ କରନ୍ତୁ । ଟିକିନିଖି ଖବର ଦେବାର ଅଧିକାର ସାମ୍ବାଦିକମାନଙ୍କ ଅଛି । ଆମେ ସାମ୍ବାଦିକମାନଙ୍କ ସହ ଅଛୁ ଓ ରହିବୁ । ଏହାସହ ଆନ୍ଦୋଳନରେ ବସିଥିବା ସାମ୍ୱାଦିକଙ୍କୁ ଭେଟିଛି ବିଜେଡି ଟିମ୍ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ