Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ ବିଭାଗ ପକ୍ଷରୁ କଷଡା ପଞ୍ଚାୟତରେ ବାନାଗ୍ନି ନିରାକରଣ ନେଇ ସଚେତନତା ଶିବିର

ଜମନକିରା : ଆଜି ଜମନକିରା ରେଞ୍ଜ ପକ୍ଷରୁ କସଡ଼ା ପଞ୍ଚାୟତ ସମ୍ମିଳନୀ କକ୍ଷରେ ବନାଗ୍ନି ନିରାକରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରେଞ୍ଜର ଲକ୍ଷ୍ମୀନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜମନକିରା ତହସିଲଦାର ପ୍ରବିଣା ବିଲୁଙ୍ଗ ଯୋଗଦେଇ ଜଙ୍ଗଲ କୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ସେନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଙ୍ଗଲ ମଧ୍ୟରେ ଅନେକ ବନ୍ୟପ୍ରାଣୀ ବସବାସ କରନ୍ତି। ଏଥିସହ ସେମାନେ ଜଙ୍ଗଲ ମଧ୍ୟରେ ବିଚରଣ କରି ଜଙ୍ଗଲ କୁ ସୁରକ୍ଷିତ ରଖିଥାନ୍ତି। ଜଙ୍ଗଲ ମଧ୍ୟରେ ଅନେକ ଔଷଧୀୟ ବୃକ୍ଷ ରହିଛି, ଯାହାକି ସମସ୍ତ ପ୍ରାଣୀଙ୍କ ପାଇଁ ବରଦାନ ସଦୃଶ୍ୟ ଅଟେ। ସେହି ବୃକ୍ଷ ଗୁଡ଼ିକ ଯଦି ନିଆଁରେ ପୋଡ଼ି ନଷ୍ଟ ହୋଇଯିବ। ତାହେଲେ ମଣିଷ ଜଗତ ସହ ବନ୍ୟପ୍ରାଣୀ ମଧ୍ୟ ଅସୁବିଧାରେ ପଡ଼ିବେ। ତେଣୁ ଜଙ୍ଗଲ କୁ ନିଆଁ ପୋଡ଼ିରୁ ସୁରକ୍ଷା କରିବା ଆମର ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ କସାଡ଼ା ସରପଞ୍ଚ ହୁତାସିନି ନାଏକ, ସମିତି ସଭ୍ୟା ସୁନନ୍ଦା କିସାନ, ଅଗ୍ନିଶମ ବିଭାଗର ମିତ୍ରଭାନୁ ପଧାନ ଏବଂ ଯୁଧିଷ୍ଟିର ବାଘ ପ୍ରମୁଖ ମଞ୍ଚାଷୀନ ଥିଲେ। ଶେଷରେ ଫରେଷ୍ଟର ହେମନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ