Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିର ଉତ୍ତରଦ୍ବାର ବାହାରେ ଖୋଲାଯିବ ଅନ୍ନକ୍ଷେତ୍ର

ପୁରୀ: ଶ୍ରୀମନ୍ଦିର ଉତ୍ତରଦ୍ବାର ବାହାରେ ଖୋଲାଯିବ ଅନ୍ନକ୍ଷେତ୍ର। ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା। ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବିଧା ହୋଇପାରୁନି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ପରେ ଏହା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଅଧାପନ୍ତରିଆ ପ୍ରକଳ୍ପ, ମଠଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ଶ୍ରୀମନ୍ଦିର କାର୍ୟ୍ୟାଳୟକୁ ସ୍ଥାନାନ୍ତରଣ କରାଯିବ । ଶ୍ରୀଜଗନ୍ନାଥ ସାଂସ୍କୃତିକ ଲାଇବ୍ରେରୀ ଓ ରଘୁନନ୍ଦନ ଲାଇବ୍ରେରୀ ଉନ୍ନତିକରଣ କରାଯିବ । ସେହିପରି ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ। କିନ୍ତୁ ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ।

ତେବେ ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ମଧ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ