ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନସ୍ଥ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁଚାବନ୍ଧ ଦୋଳ ମଣ୍ଡପ ରେ ଅନୁଷ୍ଠିତ ହେଉଥିବା କଂସ ଦରବାର ର ଉଦଯାପିତ ହୋଇଯାଇଛି l ଉପ ସଭାପତି କଳ୍ପ ଗାଇଗରିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷ୍ୟାବିତ ନଗେନ କୁମାର ନାୟକ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ କାଶୀନାଥ ମେହେର , ଅଂଶ ଗ୍ରହଣ କରି ବିଭିନ୍ନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l କୃଷ୍ଣ ଓ ବଳରାମଙ୍କ ଅକ୍ରୁର ସହିତ ଗୋପପୁରରୁ ମଥୁରା କୁ ଆଗମନ , ଧନୁ ଭଗ୍ନ , କୁବଳୟl ହସ୍ତୀ ନିଧନ ସହିତ କୃଷ୍ଣ, ବଳରାମ ଙ୍କ ଦ୍ୱାରା ଅଷ୍ଟ ମଲ୍ଲ ସହ ମାମୁ କଂସ ର ବଧ ଆଦି ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ କୁ ଉକ୍ତ ରଙ୍ଗ ମଞ୍ଚରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକଙ୍କର ଗହଳି ଲାଗି ରହିଥିଲା I ଏଥି ସହିତ ସମ୍ବଲପୁରୀ ନୃତ୍ୟ ପରିବେଷଣ , ମହିଳା ଦଣ୍ଡ ନୃତ୍ୟ , ଅଷ୍ଟପ୍ରହରୀ ନାମ ଯଜ୍ଞ , ବନ୍ଦିତା ନାୟକ ଙ୍କ ଦ୍ୱାରା ସୁନ୍ଦରା କାଣ୍ଡ ପାରାୟଣ , ଅନ୍ନଛତ୍ର ର ଆୟୋଜନ ହୋଇଥିଲା l ଉକ୍ତ ରଙ୍ଗ ମଞ୍ଚରେ କଂସ ଭୂମିକାରେ ସୁନା ଲରମ୍ଭା(ବରଗଡ଼ ଜିଲ୍ଲା ) ର ଜଗବନ୍ଧୁ ଭୋଇ ନିଖୁଣ ଅଭିନୟ କରି ଥିବାବେଳେ ଚାଣ୍ଡୁର ମୁଷ୍ଟିକ ଭୂମିକାରେ ତଖିଲ ବାଗ, ସାରଙ୍ଗ ବାଦୀ, ଶ୍ୟାମ ବାରିକ, ପୂର୍ଣଚନ୍ଦ୍ର ଦୀପ , ମହା ମନ୍ତ୍ରୀ ଶୂକ୍ରାଜିତ ଭୂମିକାରେ କର୍ଣ୍ଣ ରଣl , ଅକ୍ରୁର ଭୂମିକାରେ ତରଣୀ ସେନ ବାରିକ ପ୍ରମୁଖ ନିଖୁଣ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇଥିଲେ I ଗୀତିକାର ପୀତବାସ ଶତପଥୀ ଉପସ୍ଥିତ ରହି ଭିଭିନ୍ନ ସମ୍ବଲପୁରୀ ଗୀତରେ ଦର୍ଶକ ଙ୍କୁ ବେଦମ କରିଦେଥିଲେ l ସ୍ଥାନୀୟ ପୀତlବଲି ଯାତ୍ରା କମିଟି ମଞ୍ଚ ପରିଚାଳନା କରିଥିଲେ l କଳ୍ପ ଗାଇଗରିଆ ଓ ଚିତ୍ତଲାଲ ଶତପଥୀ କାର୍ଯ୍ୟକ୍ରମ କୁ ପୀତlବଳୀ ଯାତ୍ରା କମିଟି ର ସଚିତା କଳତା , ମଣ୍ଟୁ ମହାକୁର ଆଶୁ କଳତା,ପ୍ରଫୁଲ୍ଲ ମନହିରା, କୁଶ ପଧାନ, ଦାମୋଦର କଳତା, ଲୁବୁରୁ ଖେତୀ, ଚନ୍ଦନ ଡାଙ୍ଗ, ଦାମୋଦର ଡାଙ୍ଗ , ସୁରେନ୍ଦ୍ର ଡାଙ୍ଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ଲୁଚାବନ୍ଧ ଧନୁଯାତ୍ରା ମହୋତ୍ସବ କଂସ ବଧ ସହ ଉଦଯାପିତ
