Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଲବଲ କରୁଛି ତାତି

ଭୁବନେଶ୍ୱର: କଲବଲ କରୁଛି ତାତି। ଅସ୍ତବ୍ୟସ୍ତ ଜନଜୀବନ। ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ୍ କମିପାରେ। ଉପକୂଳ ଅଞ୍ଚଳରେ ତାତି ୪୦ ଡିଗ୍ରୀ ନ ଛୁଇଁଲେ ବି ଅସ୍ୱାଭାବିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଗତକାଲି ୪୩.୫ ଡିଗ୍ରୀ ସେଲସିୟସ୍ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ରହିଥିଲା। ରାଜ୍ୟର ୧୩ଟି ସହରରେ ପାରଦ ୩୯ ଡିଗ୍ରୀ ଉପରେ ଥିଲା।ବରଗଡ଼ ୪୨, ଅନୁଗୁଳ ୪୦.୭, ମାଲକାନଗିରି ୪୦.୨ ଡିଗ୍ରୀ ତାତିରେ ଛଟପଟ ହୋଇଥିଲା। ତେବେ ଆଜି ଝାରସୁଗୁଡ଼ା ଓ ବୌଦ୍ଧରେ ଗ୍ରୀଷ୍ମ ଲହରୀ ଜାରି ରହିବ। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଓ କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏପଟେ ୧୯ରୁ ୨୨ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କାଳବୈଶାଖୀର ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।