ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ନେଇ ଅନେକ ଆଲୋଚନା ହେଉଛି। ଅନେକ ଭାବୁଛନ୍ତି କର୍ମଚାରୀଙ୍କ ଦରମାରେ ୧୮୬% ବୃଦ୍ଧି ପାଇବ । ପ୍ରକୃତରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ପ୍ରତିଶତ ବୃଦ୍ଧି ପାଇବ ତାହା ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ହିଁ ବୃଦ୍ଧି ପାଇବ ।
କିଛି ସାମ୍ପ୍ରତିକ ରିପୋର୍ଟ ମଧ୍ୟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଦରମା ବୃଦ୍ଧି କେବଳ ୧୦ ରୁ ୩୦ ପ୍ରତିଶତ ହେବ। ଏହାଠାରୁ ଅଧିକ ନୁହେଁ । ଏହାର ଅର୍ଥ ହେଉଛି ଯିଏ ୫୦ ହଜାର ଟଙ୍କା ବେତନ ପାଉଛନ୍ତି, ତାଙ୍କର ସର୍ବାଧିକ ଦରମା ୬୦ରୁ ୬୫ ହଜାର ଟଙ୍କା ମଧ୍ୟରେ ହିଁ ରହିବ ।
ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ଦରମା ବୃଦ୍ଧି ହେବ । କେନ୍ଦ୍ର ସରକାର ଏ ନେଇ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ କରୁଛନ୍ତି । ସେହି ଆଧାରରେ ହିଁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ବୃଦ୍ଧି ଘଟିବ ।
ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ୨୦୨୫ ଡିସେମ୍ବର ୩୧ ରେ ଶେଷ ହେବ । ଯାହାକି ୨୦୧୬ ଜାନୁଆରୀ ୧ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ତେଣୁ ୧୦ ବର୍ଷ ପୂରଣ ହେବା ପରେ ତାହା ଶେଷ ହେବ । ଏହିପରି, ୨୦୨୬ ଜାନୁଆରୀ ୧ ରୁ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହେବ ।
୨୦୨୬ ଜାନୁଆରୀରୁ କେନ୍ଦ୍ର ସରକାରୀ ପେନସନଭୋଗୀ ମାନେ ଅଧିକ ପେନସନ ପାଇବେ | କେନ୍ଦ୍ର ସରକାର ସାଧାରଣତଃ ପ୍ରତି ୧୦ବର୍ଷରେ ଏକ ବେତନ କମିଶନ ଗଠନ କରନ୍ତି । ବର୍ତ୍ତମାନର ସପ୍ତମ ବେତନ ଆୟୋଗ ୨୦୧୪ରେ ଗଠିତ ହୋଇଥିଲା ।