Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଣ୍ଢେସରା ଢାବା ପଛପଟୁ ମୃତଦେହ ଉଦ୍ଧାର

ଜମନକିରା : ଜମନକିରା ଥାନା ଅଧିନ ଗୌଡ଼ପାଳି ଫାଣ୍ଡି ଅନ୍ତର୍ଗତ କୁଣ୍ଡେସରା ସ୍ଥିତ ଏକ ଢାବା ପଛରୁ ଜଣେ ଯୁବକଙ୍କ ମୃତ ଦେହ ଗୌରପାଳି ପୋଲିସ ଆଜି ଉଦ୍ଧାର କରି କୁଚିଣ୍ଡା ଡାକ୍ତର ଖାନା କୁ ପୋଷ୍ଟମାର୍ଟମ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଚାଲୁ ରଖୁଛି l। ବିବରଣୀ ମତେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ରାହୁଲ ଗୌତମ ନାମକ ବ୍ୟକ୍ତି ଜଣକ ଗତକାଲି ଢାବାରେ ଖୁଆପିଆ କରିଥିଲେ । ସକାଳୁ ତାଙ୍କ ମୃତ ଦେହ ଦେଖୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଶବ ଉଦ୍ଧାର କରି ବିଧୂ ତଦନ୍ତ ଚାଲୁ ରଖୁଛନ୍ତି । ପୋଷ୍ଟମାର୍ଟମ ରିପୋଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ