Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୦ରେ ବାତ୍ୟା!; ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବ ବାତ୍ୟା ମୋଚା

ଭୁବନେଶ୍ବର: ଆଜି ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗକୁ ଏହା ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବା ନେଇ ସମ୍ଭାବନା ରହିଛି। ଏ ନେଇ ପ୍ରେସମିଟ କରିଛନ୍ତି ଆଇଏମ୍‌ଡି ଡିଜି । ସେ କହିଛନ୍ତି, ଆସନ୍ତାକାଲି ଲଘୁଚାପ ଅବପାତର ରୂପ ନେବ । ୧୦ରେ ଏହା ବାତ୍ୟାର ରୂପ ନେଇପାରେ। ପରେ ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ ।

୧୨ ତାରିଖ ବେଳକୁ ବାତ୍ୟା ତାର ଗତି ପଥରେ ପରିବର୍ତ୍ତନ କରିପାରେ। ଗତିପଥ ବଦଳାଇ ଏହା ବାଂଲାଦେଶ ଓ ମିଆଁମାର ମୁହାଁ ହୋଇପାରେ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି। ବର୍ତ୍ତମାନ ଏହା ନିକୋବର ଦ୍ୱୀପ ପାଖରେ ଅଛି । ସେଠାରେ ପବନର ବେଗ ୪୦ରୁ ୫୦ କିମି ଘଣ୍ଟା ପ୍ରତି ବେଗ ରହିଛି ।

ସାମ୍ଭାବ୍ୟ ବାତ୍ୟାକବୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ୧୨ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି।