Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହି ଗୋଦାମରେ ବିସ୍ଫୋରଣ: ୩ ଗୁରୁତର, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ବହି

ଜଗତସିଂହପୁର: ଜଗତସିଂହପୁର ଜନତା କୋଠି ନିକଟରେ ଥିବା ଏକ ବହି ଗୋଦାମରେ ବିସ୍ଫୋରଣ । ଗୋଦାମରେ ଥିବା ତିନି ଜଣ ବ୍ୟକ୍ତି ଗୁରୁତର । ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଘଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ବହି ।

ଗତକାଲି ବିଳମ୍ବିତ ରାତିରେ ହଠାତ୍ ବହି ଗୋଦାମରେ ବିସ୍ଫୋରଣ ଘଟିଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଘରର କାନ୍ଥ ଗୁଡ଼ିକ ଫାଟିଯାଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବହି ଜଳି ଯାଇଛି । ତେବେ ବହି ଗୋଦାମରେ କେମିତି ବିସ୍ଫୋରଣ ହେଲା, ତା’ର କାରଣ ଜଣାପଡ଼ିନାହିଁ । ବାଲିକୁଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories