Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ଦଳର ଲକ୍ଷ୍ମୀପୁର ଗସ୍ତ…..ଗସ୍ତ କୁ ଛୁପାଇ ରଖିଲା ବ୍ଲକ ପ୍ରଶାସନ….ବିଡ଼ିଓ କହିଲେ କଂଫିଡେନ୍ସ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ୨୫/୦୩ …
କେନ୍ଦ୍ର ସରକାରଙ୍କ  ପ୍ରତିରକ୍ଷା ମନ୍ତ୍ରଣାଳୟର  ଦୁଇ ଜଣ ନିର୍ଦ୍ଦେଶକ କେ.ବାଲାନ ନାୟାର ଓ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ ବିକାଶ ସିଂ ଆଜି ଲକ୍ଷ୍ମୀପୁର ଗସ୍ତକରି ବିଭିନ୍ନ ଅଞ୍ଚଲ ବୁଲି ଦେଖି ଫେରି ଯାଇଛନ୍ତି।ଏହିଦଳ ପ୍ରଥମେ ବ୍ଲକର ଉମୁରିପଦର ୩ ନମ୍ବର ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ପରେ ଲକ୍ଷ୍ମୀପୁର ବ୍ଲକ ସଦରରେ ଥିବା ମା ମଙ୍ଗଳା ଫର୍ଣ୍ଣିଚର  ବୁଲି ଦେଖିଥିଲେ। ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା  ମଙ୍ଗଳା ଫରନୀଚର ର ମାଲିକ ସୁନୀଲ ମହାରଣାଙ୍କ ସହ ସାକ୍ଷାତ କରି କାମକୁ ନେଇ ଆଲୋଚନା କରିଥିଲେ।ପରେ ସେଠାରୁ ବାହାରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ।କେନ୍ଦ୍ରୀୟ ଦଳ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତ୍ୟେକ ୱାର୍ଡ ବୁଲି ଦେଖି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଫେରି ଯାଇଥିଲେ। କେନ୍ଦ୍ରୀୟ ଦଳର ଏହି ଗସ୍ତ ସମୟରେ ଜିଲ୍ଲାପାଳ ଭି.କୀର୍ତିଭାସନ ଙ୍କ ସମେତ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବର୍ତ୍ତମାନ ସବୁଠାରୁ ବଡପ୍ରଶ୍ନ ଏହି କେନ୍ଦ୍ରୀୟ ଦଳ କେଉଁ କାରଣ ରୁ ଆସିଥିଲେ ଓ ସରକାର ଙ୍କୁ କଣ ରିପୋର୍ଟ  ପ୍ରଦାନ କରିବେ ତାହା ଜଣା ପଡ଼ିନଥିବା ବେଳେ ଏହା ଏକ କନଫିଡେନସ କାର୍ଯ୍ୟକ୍ରମ ବୋଲି ସ୍ଥାନୀୟ ବିଡ଼ିଓ ସଫେଇ ଦେଇଛନ୍ତି।ଏପରିକି ଗସ୍ତ କାର୍ଯ୍ୟକ୍ରମ କୁ ଗଣମାଧ୍ୟମ କୁ ମଧ୍ୟ ସୂଚନା ଦିଆ ଯାଇନଥିଲା।ଅନ୍ୟ ପକ୍ଷରେ ବିଶ୍ୱକର୍ମା ଯୋଜନା ରେ ମଙ୍ଗଳା ଫର୍ନିଚର କେବେ କଉଠି ହୋଇଛି ତାହା ମଧ୍ୟ କାହାକୁ ଅବଗତ ନଥିବା ବେଳେ କେନ୍ଦ୍ରୀୟ ଟିମ ର ଗସ୍ତ ସମୟରେ ଆଜି ତାହା ଜଣାପଡିଥିଲା।ସେ ଯାହା ହେଲେ ମଧ୍ୟ କେନ୍ଦ୍ରୀୟ ଟିମ ର ଏହି ଗସ୍ତ ପରେ ବ୍ଲକ କଣ ଫାଇଦା ପାଉଛି ତାହା ଦେଖିବାକୁ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ