ଆପୋଲ ହସ୍ପିଟାଲ ଚିକିତ୍ସା ତଥ୍ୟ ବଢ଼ାଇଲା ନବ ଦାସ ହତ୍ୟାର ରହସ୍ୟ


ଭୁବନେଶ୍ବର: ନବ ଦାସ ହତ୍ୟା ମାମଲାର ରହସ୍ୟ ବଢ଼ିବାରେ ଲାଗିଛି । ଆପୋଲ ହସ୍ପିଟାଲର ତଥ୍ୟ ଏହାକୁ ଆହୁରି ବଢ଼ାଇ ଦେିଛି । ଏକ ଗଣମାଧ୍ୟମରେ ଅନୁସାରେ ଆପୋଲୋ ହସ୍ପିଟାଲରେ ନବ ଦାସଙ୍କ ହୋଇଥିବା ଚିକିତ୍ସା ବାବଦ ଖର୍ଚ୍ଚ ଜଣାପଡ଼ିଛି । ମାତ୍ର ୨ ଘଣ୍ଟା ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨ ଲକ୍ଷ ୩୦ ହଜାର ଟଙ୍କା । ଗୁଳି ମାଡ଼ ପରେ ଆପୋଲୋରେ ନବଙ୍କ ସର୍ଜରୀ ହୋଇଛି । ସନ୍ଧ୍ୟା ୫ଟା ୨୬ରୁ ୭ଟା ୩୦ ଯାଏଁ  ଚାଲିଥିଲା ଚିକିତ୍ସା । ତେବେ ଆପୋଲରେ ନବଙ୍କ ଇସିଜି ହୋଇ ନଥିବା ତଥ୍ୟରୁ ଜଣାପଡିଛି । ଯାହା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ।

ଓଟିରେ ୬ ଜଣ ଡାକ୍ତର ତାଙ୍କର ଚିକିତ୍ସା କରିଥିବା ବେଳେ ତାଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା । ତେଣୁ ନବଙ୍କ ସର୍ଜରୀ ଆପୋଲୋରେ ହୋଇଥିବା ସ୍ପଷ୍ଟ ହୋଇଛି । ଶରୀର ଚିରି ସିଲେଇ ହୋଇଥିବାରୁ ଏଠାରେ ନବଙ୍କ ଶରୀରରୁ ଗୁଳି ବାହାର କରାଯାଇଥାଇପାରେ  ବୋଲି ଅନୁମାନ କରାଯାଉଛି । ଅର୍ଥାତ କ୍ରାଇମବ୍ରାଞ୍ଚ ଯେଉଁ ଗୁଳି ଖୋଜୁଛି, ହୁଏତ ତାହାର ସୁରାକ ଆପୋଲୋ ହସ୍ପିଟାଲରୁ ମିଳିପାରେ ।

ଅନ୍ୟପଟେ ଝାରସୁଗୁଡାରୁ ମୃତଦେହ ଆଣି ଆପୋଲୋର ମିଛ ଚିକିତ୍ସା କରାଯାଇଥିବା ନେଇ ବିରୋଧୀ ଯେଉଁ ସଙ୍ଗୀନ ଅଭିଯୋଗ ଆଣୁଥିଲେ, ଏହି ଚିକିତ୍ସା ତଥ୍ୟ ତାକୁ ଭୁଲ ପ୍ରମାଣିତ କରୁଛି । ବଡ଼ କଥା ହେଉଛି, ଆପୋଲୋରେ ନବ ଦାସଙ୍କ ଇସିଜି ହୋଇଥିବା ନେଇ କୌଣସି ତଥ୍ୟ ମିଳି ପାରୁନି । ଏଠାରେ ତାଙ୍କର ଇସିଜି ହୋଇ ନଥିବାରୁ ଏକ ପ୍ରକାର ସନ୍ଦେହ ବଢିଛି ।