କଂଗ୍ରେସ କର୍ମୀ-ପୋଲିସ ଖଣ୍ଡଯୁଦ୍ଧ ଘଟଣା: କ୍ୟାପିଟାଲ ହସ୍ପିଟାଲରେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟି ରାଜି ଗଲେ ଡିଜିପି


ଭୁବନେଶ୍ବର: ଗତକାଳି ଆନ୍ଦୋଳନ ବେଳେ ରାଜଧାନୀର ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ଆନ୍ଦୋଳନକାରୀ କଂଗ୍ରେସ କର୍ମୀ ଓ ପୋଲିସ ହୋଇଥିଲେ ମୁହାଁମୁହିଁ । ଚେୟାର ଉଡ଼ିଥିଲା, ବୋତଲ, ପଥର ଓ ଅଣ୍ଡାମାଡ଼ ହୋଇଥିଲା କଂଗ୍ରେସ କର୍ମୀଙ୍କ ପକ୍ଷରୁ । ସେପଟେ ପୋଲି ପାଣି ମାଡ଼ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହାସହ ରବର ବୁଲେଟ ଫାୟରିଂ କରିବା ସହ ଲାଠି ମାଡ଼ କରିଥିଲା । ଏହି ଘଟଣାରେ ଆହତ ହୋଇଥିବା ୧୫ ଜଣ ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ।

ଆହତ ପୋଲିସ କର୍ମଚାରୀଙ୍କୁ ଭେଟିବା ପରେ ରା ଯାଇଛନ୍ତି ପୋଲିସ ଡିଜି । ଆଉ କହିଛନ୍ତି, ପୋଲିସ ବର୍ଦ୍ଦିରେ ହାତ ମାରିଥିବା ଅସାମାଜିକ ବ୍ୟକ୍ତିଙ୍କୁ ଛଡ଼ାଯିବନି । ଖୋଜି ଖୋଜି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭିଯୁକ୍ତଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି । ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି ମନମୋହନ । ରାଜନୀତିରେ ହିଂସାର ସ୍ଥାନ ନାହିଁ । ପୋଲିସକୁ ଆକ୍ରମଣ କରିବା, ସାମ୍ବାଦିକଙ୍କୁ ମାଡ଼ ମାରିବା ଘୃଣ୍ୟ ବିଷୟ ବୋଲି କହିଛନ୍ତି ମନମୋହନ ।

ସେପଟେ ପୋଲିସ ଲାଠି ଚାର୍ଜ ବେଳେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ଦଳ । ନାରୀ ସୁରକ୍ଷା ପାଇଁ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।