Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦେଇଜୁରୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ଉତ୍ସବ

ଜମନକିରା : ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ଉତ୍ସବ ଗତକାଲି ରବିବାର ଦିନ ବିଳମ୍ବିତ ରାତ୍ରୀରେ ମହାସମାରୋହରେ ସମାପନ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିହାର ରଞ୍ଜନ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମନାଭ ମହାକୁଳ ଅତିଥିଙ୍କ ପରିଚୟ ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ସଭାପତି ଶ୍ରୀ ପଟେଲ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ ବିଶ୍ଵ ସ୍ରଷ୍ଟା ଗଠନ ଭବନ ର ଭାତୃକୁମାର ପ୍ରଫୁଲ୍ଲ କାର୍ଯ୍ୟ ଯୋଗ ଦେଇ ଆଧ୍ୟାତ୍ମିକତା ଭିତରେ କିପରି ଛାତ୍ରିଛାତ୍ରଙ୍କ ଭବିଷ୍ୟତ ଗଠନ ହୋଇ ପାରିବ ଏବଂ ଜୀବନ ଉଜ୍ଜଲମୟ ହେବ ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ସମତା ମଣ୍ଡଳର ସଂଯୋଜକ ଡମ୍ବରୁଧର ସାହୁ ଯୋଗ ଦେଇ ଛାତ୍ରିଛାତ୍ରଙ୍କୁ ଦୃଢ଼ଶକ୍ତି ଏବଂ ସଂକଳ୍ପବଦ୍ଧ ହେଲେ ଯେ କୌଣସି କାର୍ଯ୍ୟ ସମ୍ଭବ ହେବ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଦେବଗଡ଼ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର ସଂଯୋଜକ ହୃଷୀକେଶ ଦେହୁରୀ ମଞ୍ଚାସିନ ଥିଲେ। ବିଦ୍ୟାଳୟର ସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀଛାତ୍ରଙ୍କ ଦ୍ଵାରା ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଅପା ଭାଇ ତଥା ପରିଚାଳନା କମିଟିର ସମସ୍ତ ସଭ୍ୟବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ଶତାଧିକ ଅଭିଭାବକ, ଅଭିଭାବିକା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ