Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବାଇକ ମଧ୍ୟରେ କୁ ଧକ୍କା , ବର୍ତ୍ତୀ ଗଲେ ପାଞ୍ଚ ଜଣ ଲକ୍ଷ୍ମୀପୁର ୦୧/୦୪

ଲକ୍ଷ୍ମୀପୁର ୦୧/୦୪
ଲକ୍ଷ୍ମୀପୁର ବ୍ଲକ ସଦରରେ ଏବେ ବାଇକ ଚଳାଳୀ ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଦୈନିକ କୋଉଠିନ କୋଉଠି ଦୁର୍ଘଟଣା ଘଟୁଥିବା ଖବର ଆସୁଛି।ତଥାପି ବାଇକ ଚାଳକ ମାନେ ସୁଧୁରିବାର ନାଁ ଧରୁ ନାହାନ୍ତି।ଗତକାଲି ରାତିରେ ସ୍ଥାନୀୟ ପେନସିଲ ଫେକ୍ଟ୍ରି ପାଖ ରେ କଟ୍ରାକଣା ଗ୍ରାମର ସମୀର ହିମେରୀକା ଙ୍କ ଗାଈକୁ ଦୃତ ଗତିରେ ଆସୁଥିବା ଏକ ବାଇକ ଧକ୍କା ଦେଇ ଥିଲା ବେଳେ ଗାଈ ସହ ଚାଳକ ଆହତ ହୋଇଥିଲେ।ପୁଣି ଆଜି ସେହି ସ୍ଥାନ ଠାରୁ ଶହେ ମିଟର ଦୂର ଘୋଡ଼ାବନ୍ଧ ଆମ୍ବ ତୋଟା ନିକଟରେ ସନ୍ଧ୍ୟା ବେଳେ ବାଇକ ସହ ବାଇକ ମୁହାଁ ମୁହିଁ ଧକ୍କା ହୋଇ ପାଞ୍ଚ ଜଣ ସାମାନ୍ୟ ଆହତ ହୋଇଥିଲେ।ଖବର ମୁତାବକ ଖାଲକଣା ଗ୍ରାମରୁ ସମୀର ମାଣ୍ଡିଙ୍ଗା,ସାଧୁ ମାଣ୍ଡିଙ୍ଗାଙ୍କ ସହ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଓଡି ୧୦ଟି ୧୩୯୭ ନମ୍ବର ଥିବା ହିରୋ ଡୀଲକ୍ସ ବାଇକରେ ଆସୁଥିବା ବେଳେ ତଳ କାଇପଦର ଗ୍ରାମର ସୁରେଶ ହିକକା ଓଡି ୧୦ୱାଇ୧୮୫୮ ନମ୍ବର ଥିବା ଅପାଚି ବାଇକ ଧରି ବଡ଼ ଶଙ୍ଖା ଗ୍ରାମର ଶିବରାମ ପ୍ରେପେକା ଓ ମଙ୍ଗଳ ପ୍ରେପେକାଙ୍କୁ ବଡ ଶଙ୍ଖା ଗ୍ରାମରେ ଛାଡିବାକୁ ଦୃତ ଗତିରେ ମାଡି ଚାଲି ଥିବା ବେଳେ ଘୋଡା ବନ୍ଧ ଆମ୍ବତୋଟା ନିକଟରେ ଧକ୍କା ଦେଇଥଲା।ଧକ୍କା ପରେ ଦୁଇଟି ଯାକ ବାଇକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇଟି ବାଇକ ରେ ଥିବା ପାଞ୍ଚ ଜଣ ରାସ୍ତା  ଚିନଛାଡି ହୋଇ ପଡ଼ିଥିଲେ।ଏହା ଦେଖି ଲୋକଙ୍କ ଭିଡ଼ ଜମି ଯାଇଥିଲା।କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତି କରାଇଥିଲେ। ଅବଶ୍ୟ ଦୁଇଟି ଯାକ ବାଇକରେ ବସିଥିବା ଯୁବକ ମାନଙ୍କ ମଧ୍ୟରେ ସାମାନ୍ୟ ଆହତ ହୋଇ ଥିଲେ ମଧ୍ୟ ଦୁଇଟି ଯାକ ବାଇକର ସମୁଖ କ୍ଷତିଗ୍ରସ୍ତ ହେଇଯାଇଛି। ଏନେଇ ଲକ୍ଷ୍ମୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଯାକ ବାଇକ କୁ ଜବତ କରି ଥାନାରେ ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ