Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଦିବାହାଲ ବେଥାନୀ କନ୍ଭେଣ୍ଟ ସ୍କୁଲରେ ଉତ୍କଳ ଦିବସ ଉତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ବାଦିବାହାଲ ବେଥାନୀ କନ୍ଭେଣ୍ଟ ସ୍କୁଲରେ ଉତ୍କଳ ଦିବସ ଉତ୍ସବ ବଡ ଧୁମଧାମରେ ପାଳନ କରାଯାଇଛି। ଓଡିଶା ରାଜ୍ୟର ଗୌରବମୟ ଇତିହାସ ଓ ସଂସ୍କୃତିକୁ ସ୍ମରଣ କରି ବେଥାନୀ କନ୍ଭେଣ୍ଟ ସ୍କୁଲ ବାଦିବାହାଲରେ ଉତ୍କଳ ଦିବସ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ମଞ୍ଜୁଳା ଉତ୍ସବରେ ଅଭିଭାଷଣ ମାଧ୍ଯମରେ ଓଡିଶାର ଐତିହ୍ୟ, ସଂସ୍କୃତି, ଭାଷା, ସାହିତ୍ଯ ଓ ପର୍ବପର୍ବାଣୀ ବିଷୟରେ ଉଦବୋଧନ ଦେଇଥିଲେ। ସେ କହିଥିଲେ ଓଡିଆ ଭାଷା ଓ ସଂସ୍କୃତି ରକ୍ଷା କରିବା ଆମର କର୍ତ୍ତବ୍ଯ ଏବଂ ଏପରି ଉତ୍ସବ ମାଧ୍ଯମରେ ଓଡିଶାକୁ ମଜବୁତ କରି ଆଗକୁ ବଢିବା ସମ୍ଭବପର ହୋଇ ପାରିବ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କୁଲ ମ୍ଯାନେଜମେଣ୍ଟ ଏବଂ ଷ୍ଟାଫ୍ ପ୍ରମୁଖ ଓଡିଶାର ଐତିହ୍ଯ, ପରମ୍ପରା, ଐତିହାସିକ ସଂଘର୍ଷ ଏବଂ ବିଭିନ୍ନ ଯୋଦ୍ଧାଙ୍କ ସଂଗ୍ରାମ ବିଷୟରେ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଓଡିଶାର ସଂସ୍କୃତି ବିଷୟରେ ଗୀତ, ନୃତ୍ଯ ଏବଂ ଅଭିନୟ ପ୍ରଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ