Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାୟୋନିର କମ୍ପାନୀକୁ ବିରୋଧ କରି ରାଜ୍ୟ ସରକାର ଙ୍କ ଉଦେଶ୍ୟ ରେ ଦାବି ପତ୍ର ପ୍ରଦାନ ।ଚୁକ୍ତି ବାତିଲ କର, ନଚେତ ସ୍ତିତି ଅସମ୍ଭାଳ ର ଧମକ….

ଲକ୍ଷ୍ମୀପୁର ୦୨/୦୪ .. କୋରାପୁଟ ଓ ରାୟଗଡା ଜିଲ୍ଲା ସୀମାନ୍ତ ରେ ଥିବା କୋଡୀଙ୍ଗା ମାଳି ରୁ ଗତ ସାତ ବର୍ଷ ହେଲା ଉତ୍ତଳୋନ ହେଉଥିବା  ବକ୍ସାଇଟ  ଖଣି ଯୋଗାଣ କୁ ନେଇଁ ବର୍ତ୍ତମାନ ତୀବ୍ର ବିରୋଧ ହଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଖଣି ପ୍ରଭାବିତ ଅଂଚଳ ର ଶତାଧିକ ଗ୍ରାମବାସୀ ଗୋପାଳ ମହାନନ୍ଦିଆ ଙ୍କ ନେତୃତ୍ୱ ରେ ପ୍ଳାଗକାର୍ଡ ଗୁଡିକ ଧରି ଏକ ବିରାଟ ରାଲି ରେ ବାହାରି ପ୍ରଥମେ ଲକ୍ଷ୍ମୀପୁର ଓଏମସି କାର୍ଯ୍ୟାଳୟ ଆଗରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଧ୍ର ପ୍ରଦେଶ ର ପୟୋନିର  ନାମକ କମ୍ପାନୀ କୁ କୋଡୀଙ୍ଗା ମାଳି ର ୨୦ ପ୍ରତିଶତ ଖଣି ପ୍ରଦାନ କରିବା ସକାଶେ ରାଜ୍ୟ ସରକାର ଯେଉଁ ଚୁକ୍ତି କରିଛନ୍ତି ତାହାକୁ ବାତିଲ କରିବା ସକାଶେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ। ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଶାଖା ପରିଚାଳକ ହେମନ୍ତ କୁମାର ବେହେରା ଙ୍କୁ ଏନେଇ ରାଜ୍ୟ ସରକାର ଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ସେଠାରୁ ପୁଣି ଶତାଧିକ ଲୋକେ ବିଭିନ୍ନ ପ୍ଳାଗ କାର୍ଡ ଧରି ତହସିଲ କାର୍ଯ୍ୟାଳୟ ରେ ପହଂଚି ଅନୁରୂପ ଭାବେ ରାଜ୍ୟ ସରକାର ଙ୍କ ଉଦେଶ୍ୟ ରେ ତହସିଲଦାର ନୈବଦ୍ୟ ଭୋଇ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଲକ୍ଷ୍ମୀପୁର ଅଂଚଳ ରେ କୋଡୀଙ୍ଗା ମାଳି ରୁ ଖଣି ଖନନ କରାଯାଉଛି, ବର୍ତମାନ ଅଂଚଳ ରେ ଏକ ଆଲୁମିନା ରିଫାଇନାରୀ କାରଖାନା ହେବାକୁ ଯାଉଛି,ତେଣୁ ଅଂଚଳ ରେ କାରଖାନା ପ୍ରତିଷ୍ଠା କରାଯାଇ ଶହଶହ ବେକାରୀ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦିଆଯାଉ, କେବଳ ଏଠାକାର କଞ୍ଚାମାଲ ରାଜସ୍ବ ପାଇବା ଉଦେଶ୍ୟରେ ସରକାର ଅନ୍ୟ ରାଜ୍ୟ ତଥା ଆନ୍ଧ୍ର ପ୍ରଦେଶ ର କମ୍ପାନୀ କୁ କଞ୍ଚା ମାଲ ପ୍ରଦାନ କଲେ ଆଗକୁ ଜୋରଦାର ବିରୋଧ ହେବ ବୋଲି ଚେତାବନୀ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଶମ୍ବର ବିଶୋଇ,ଜିତେନ୍ଦ୍ର ଗରଡ଼ା,ବାସୁ ହିକକା, ପିଲୁକୁ ହିକକା, ଗଙ୍ଗା ହିକକା, ଲିଙ୍ଗା ହିକକା, ପୂର୍ଣ୍ଣ ମୁସ୍କl,ଦିନବନ୍ଧୁ ଗରଡ଼ା,ଦୁଃଖୀ ଶ୍ୟାମ ମିନିୟକା, ରାଧେଶ୍ୟମ ଯାନୀ ଙ୍କ ସମେତ ଶତାଧିକ ପ୍ରଭାବିତ ଅଞ୍ଚଳବାସୀ ଉପସ୍ଥିତ ରହି ଥିଲେ ।ସେପଟେ ପ୍ରାୟ ୧୫ ଦିନ ରୁ ଉର୍ଦ୍ଧ ହେବ ଲକ୍ଷ୍ମୀପୁର ଜିରୋ ପଏଣ୍ଟ ରୁ ଝୋଲାଗୁଡା ଛକ ପର୍ଯ୍ୟନ୍ତ ପ୍ରାୟ ୧୦ ରୁ ଉର୍ଧ୍ଵ ସ୍ଥାନରେ ଟ୍ୟାଣ୍ଟ ଲଗାଯାଇ ବିଭିନ୍ନ ସଂଗଠନ ଭୁବନେଶ୍ୱର ଲୋଏର ପିଏମଜୀ ରେ ବସିବା ଭଳି ଅନୁରୂପ ଦାବୀ ରେ ଅଡ଼ି ବସିଛନ୍ତି।ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସକାଶେ ଏସ ଆଇ ଶାନ୍ତିଲତା ବେହେରା, ରମେଶ କିନ୍ତାଲୁ,କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ସମେତ ପୋଲିସ ଫୋର୍ସ ଉପସ୍ତିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ