Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିର ରାଶିଫଳ…

ମେଷ: ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ପ୍ରୟାସ କରିପାରନ୍ତି। ଜଗିରଖି ନିଷ୍ପତ୍ତି ନିଅନ୍ତୁ।

ବୃଷ: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ।

ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ହେବ। ବ୍ୟବସାୟରେ ସଫଳତା ମିଳିବ। ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ।

କର୍କଟ: ପାରସ୍ପରିକ ଉତ୍ତମ ବୁଝାମଣାଜନିତ ସହକର୍ମୀମାନଙ୍କ ସହ ସୁସମ୍ପର୍କ ରହିବ। ତର୍କବିତର୍କ କାରଣରୁ ପଡ଼ୋଶୀଙ୍କ ସହ ମତାନ୍ତର ସୃଷ୍ଟି ହୋଇ ଅଶାନ୍ତି ଉପୁଜିପାରେ।

ସି˚ହ: କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।

କନ୍ୟା: ସ୍ବାମୀ-ସ୍ତ୍ରୀ ସୁଖଦ ମୁହୂର୍ତ୍ତ ଅତିବାହିତ କରିବେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଟକି ରହିଥିବା ଧନ ପ୍ରାପ୍ତ ହେବ।

ତୁଳା: ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁମନ୍ତବ୍ୟ ଦେଇପାରନ୍ତି ।

 ବିଛା: ଅନୁକୂଳଗ୍ରହ ସ୍ଥିତିରୁ ପାରିବାରିକ ସ୍ଥିତିରେ ଉନ୍ନତି ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗିରହିବା ଯୋଗୁ ବ୍ୟସ୍ତ ହେବେ।

 ଧନୁ: ବ୍ୟାଙ୍କ ଓ ଆଇଟିରେ ସଫଳତା ମିଳିବ। ବ୍ୟବସାୟକୁ ବିସ୍ତାର କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ଅତୀତର କୌଣସି ଘଟଣାକୁ ନେଇ ଆନମନା ହେବାର ସୂଚନା ରହିଛି। ପଡ଼ୋଶୀ କିମ୍ବା ସହକର୍ମୀ ଫାଇଦା ହାସଲ ସକଶେ ନିଜର ଭଳି ବ୍ୟବହାର କରିପାରନ୍ତି।

 କୁମ୍ଭ: ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

ମୀନ: ରାଜନୀତିରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଦୀର୍ଘ ଦିନରୁ ଆଶା କରିଥିବା ଦିଗରୁ ଲାଭବାନ ହେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories