Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଫେସର ଧର୍ମାନନ୍ଦ ରାଉତ ହେଲେ ସଂସ୍କୃତ ସଂସ୍କୃତି ବିକାଶ ସଂସ୍ଥାନର ପୂର୍ବ ଭାରତ ଅଧ୍ୟକ୍ଷ

ନୁଆଁଦିଲ୍ଲୀ:ପ୍ରଫେସର ଧର୍ମାନନ୍ଦ ରାଉତ ହେଲେ ସଂସ୍କୃତ ସଂସ୍କୃତି ବିକାଶ ସଂସ୍ଥାନର ପୂର୍ବ ଭାରତ ଅଧ୍ୟକ୍ଷ।ବର୍ତ୍ତମାନ ପ୍ରଫେସର ରାଉତ ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସାହିତ୍ୟ ବିଭାଗରେ ବରିଷ୍ଠ ପ୍ରୋଫେସର୍ ରୂପେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ସଂସ୍କୃତ ସଂସ୍କୃତି ବିକାଶ ସଂସ୍ଥାନ ନୁଆଁଦିଲ୍ଲୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ବର୍ତ୍ତମାନ୍ ତାଙ୍କୁ ପୂର୍ବ ଭାରତ ତଥା ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଇତ୍ୟାଦି ରାଜ୍ୟର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଫେସର ରାଉତ କହିଛନ୍ତି ସେ ଏହି ସଂସ୍ଥାନ କୁ ଉଚ୍ଚସ୍ତରକୁ ନେବା ପାଇଁ ପ୍ରୟାସ କରିବା ସହିତ ସଂସ୍କୃତର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଦକ୍ଷତାର ସହିତ କାର୍ଯ୍ୟ କରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ