Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନର୍ସି କେବଳ ଆଦର୍ଶ ବୃତ୍ତି ନୁହେଁ ବରଂ ଦୟା,ଯତ୍ନ ଓ ନିଷ୍ଠାର ସହ ମାନବ ଜାତିର ସେବା କରିବାର ଗଭୀର ପ୍ରତିବନ୍ଧତା – ରାଜ୍ୟପାଳ

ଭୁବନେଶ୍ୱର: ନର୍ସି କେବଳ ଏକ ଆଦର୍ଶ ବୃରି ନୁହେଁ, ବରଂ ଦୟା, ଯନ୍ ଓ ନିଷ୍ଠାର ସହ ମାନବ ଜାତିର ସେବା କରିବାର ଗଭୀର ପ୍ରତିବଦ୍ଧତା ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିର୍ସଚ ସଂଟର ଅଡିଟୋରିୟମଠାରେ କଳିଙ୍ଗ ନର୍ସି କଲେଜର ଦୀପ ପ୍ରଜ୍ଜ୍ଵଳନ ଓ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥୁଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଉତ୍ସବରେ ରାଜ୍ୟପାଳ ଉଦ୍‌ବୋଧନ ଦେଇ କହିଥିଲେ ଯେ ଦୀପ ପ୍ରଜ୍ଜ୍ଵଳନ ସମାରୋହ ଗଭୀର ପ୍ରତୀକାମୂକ ଏବଂ ଏହା ଆଧୁନିକ ନର୍ସିର ପ୍ରତିଷ୍ଠାତା ଫ୍ଲୋରେନ୍ସ୍ ନାଇଟିଙ୍ଗେଲଙ୍କୁ ସ୍ମରଣ କରିବାର ଅବସର ଆଣେ ଓ ଏହା ପୀଢ଼ି ପୀଢ଼ିକୁ ପ୍ରେରଣ ଦେଇ ଆସୁଛି । ଦୀପ ପ୍ରଜ୍ଜ୍ଵଳନ ଜ୍ଞାନର ପ୍ରସାରଣ, ଜୀବନବ୍ୟାପୀ ଶିକ୍ଷାର ଆରମ୍ଭ ଏବଂ ରୋଗୀ ଯନ୍‌ର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖୁବା ପାଇଁ ଗମ୍ଭୀର ପ୍ରତିଜ୍ଞାର ପ୍ରତୀକ। ନର୍ସି ଏକ ବୃରି ନୁହେଁ, ଏହା ଏକ ଆହ୍ୱାନ । ଏହା କେବଳ ବିଜ୍ଞାନ ଭିଭିକ ଜ୍ଞାନ ଏବଂ କ୍ଲିନିକାଲ୍ ଦକ୍ଷତା ନୁହେଁ, ଏହା ମାନବିକ ସ୍ପର୍ଶ -ସହାନୁଭୂତି, ଧୈର୍ଯ୍ୟର ବୃରି। ନର୍ସି ବୃଭିଧାରୀମାନେ ସାଧାରଣତଃ ପ୍ରଥମେ ରୋଗୀଙ୍କ ପାଖରେ ପହଂଚନ୍ତି ଏବଂ ଚିକିତ୍ସା ଶେଷ ପର୍ଯ୍ୟନ୍ତ ରୁହନ୍ତି । ସେମାନେ ଦୁଃଖରେ ସାଲ୍ପନା ଏବଂ ହତାଶରେ ଆଶା ଆଣନ୍ତି ବୋଲି ରାଜ୍ୟପାଳ କହିଥିଲେ। ଏପରି ଉତ୍ସର୍ଗୀକୃତ ନର୍ସି ବୃଭିଧାରୀମାନଙ୍କୁ ଗଢ଼ିବା, ନୈତିକ ମୂଲ୍ୟବୋଧ ପ୍ରଦାନ କରିବା କ୍ଷେତ୍ରରେ କଳିଙ୍ଗ ହସ୍ପିଟାଲ ଓ କଳିଙ୍ଗ ନର୍ସି କଲେଜର ପ୍ରଚେଷ୍ଟାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟପାଳ ପୁଣି କହିଥିଲେ ଯେ ନର୍ସି ଛାତ୍ରଛାତ୍ରୀମାନେ ପରିଧାନ କରିଥିବା ଧଳା ପୋଷାକ ପବିତ୍ରତା, ବିଶ୍ଵାସ ଓ ପ୍ରତିବଦ୍ଧତାର ପ୍ରତୀକ। ଏଣୁ ସେମାନଙ୍କର ସେବା କରୁଣା ଓ ଉତ୍କର୍ଷତା ଦ୍ବାରା ପ୍ରତିପାଦିତ ହେଉ ବୋଲି ରାଜ୍ୟପାଳ କହିଥିଲେ। ସ୍ବାସ୍ଥ୍ୟ ସେବାର ଭବିଷ୍ୟତ ଉତ୍ସର୍ଗୀକୃତ ନର୍ସଙ୍କ ଉପରେ ଅଧିକରୁ ଅଧିକ ନିର୍ଭର କରିବ, ଯେଉଁମାନେ ବୃରିକୁ ସ‌ହାନୁଭୂତିର ସହ ଆପଣେଇ ନିଷ୍ଠାର ସହ କାର୍ଯ୍ୟକରିବେ ବୋଲି ରାଜ୍ୟପାଳ କହିଥିଲେ । ପ୍ରାରମ୍ଭରେ କଳିଙ୍ଗ ହସ୍ପିଟାଲର ଟ୍ରଷ୍ଟି ଏସ୍.ସି.ଚୌଧୁରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରତୀୟ ବିଦ୍ୟା ଭବନର ଚେୟାରମ୍ୟାନ (ଭୁବନେଶ୍ଵର) ଜୟନ୍ତ କୁମାର ମହାନ୍ତି, ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନର ଅଧ୍ୟକ୍ଷ ଡ଼ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଓବିଜିର ଏଚ୍.ଓ.ଡି. ଡା. ସୁଜାତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।