ବରଗଡ଼ରେ ଥିଲା ଗୁଡ୍ଡୁ ମୁସଲିମ; ସିସିଟିଭି ଫୁଟେଜ ଦେଲା ପ୍ରମାଣ


ଅତାବିରା /ବରଗଡ଼ : ବରଗଡ଼ରେ ଥିଲା ଗୁଡ୍ଡୁ ମୁସଲିମ । ସିସିଟିଭି ଫୁଟେଜ ଦେଲା ପ୍ରମାଣ । ଉତ୍ତର ପ୍ରଦେଶର ଚର୍ଚ୍ଚିତ ରମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଗୁଡ୍ଡୁ ମୁସଲିମ ଓଡ଼ିଶାରେ ଆତ୍ମଗୋପନ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଥମେ ସେ ପୁରୀରେ ଥିବା ୟୁପି ଏସଟିଏଫ୍ ଜାଣିପାରିଥିଲା । ଏସଟିଏଫ୍ ଆସୁଥିବା ଜାଣି ମୃତ ଗ୍ୟାଙ୍ଗଷ୍ଟରଅତିକ୍ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁହ୍ଡୁ ବରଗଡ଼ ଚାଳିଯାଇଥିଲା । ଅତିକ୍ ଗ୍ୟାଙ୍ଗର ବମବାଜ ଗୁଡ୍ଡୁ ଏପ୍ରିଲ ୧୧ ଦିନ ୧ଟା ବେଳେ ବରଗଡ଼ରେ ବୁଲୁଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ବୋମା ଭିଡିବା ଓ ବିସ୍ଫୋରଣ ଘଟାଇ ମଣିଷ ମାରିବାରେ ମାହିର ଗୁଡ୍ଡୁ ୟୁପି ପୋଲିସର ମୋଷ୍ଟ ୱାଣ୍ଟେଡ । ରାଜା ଖାଁନ ସାଙ୍ଗରେ ୧୧ ଦିନ ଗୁଡ୍ଡୁ ଏଠାରେ ରହିଲେ ବି ବରଗଡ଼ ଗୁଇନ୍ଦା ବିଭାଗ ଫେଲ ମାରିବା ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l