Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲାରେ ଯୁବକଙ୍କୁ ଗଳାକାଟି ହତ୍ୟା

ରାଉରକେଲା: ଅଶାନ୍ତ ରାଉରକେଲାରେ ପୁଣି ଗଡ଼ିଲା ମୁଣ୍ଡ । ସହରର ଏସଟିଆଇ ଛକ ନିକଟରେ ଯୁବକଙ୍କ ଗଳା କାଟି ହତ୍ୟା । ଧାରୁଆ ଅସ୍ତ୍ରରେ କେହି ଗଳା କାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ । ମୃତ ଯୁବକଙ୍କ ପରିଚୟ ମିଳିନି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଭିଯୋଗ ପରେ ରଘୁନାଥପାଲ୍ଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାଉରକେଲା ସହର ଦିନକୁ ଦିନ ଅଶାନ୍ତ ହେଉଥିବା ବେଳେ ଅସାମାଜିକ ଯୁବକଙ୍କ ଉପଦ୍ରବ ବୃଦ୍ଧି ପାଉବାରେ ଲାଗିଛି । ହତ୍ୟା, ହତ୍ୟା ଉଦ୍ୟମ, ଗୁଳିମାଡ, ଚୋରି, ଡକାୟତି, ଛିନତାଇ, ଲୁଟ, ଠକେଇ ଘଟଣା ବୃଦ୍ଧି ପାଉଥିବାରୁ ସହରବାସୀ ଭୟଭୀତ ଅଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ