Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଣା ସଂକ୍ରାନ୍ତି, ଓଡିଆ ନବବର୍ଷ, ହନୁମାନ ଜୟନ୍ତୀ ପାଳିତ

ଲକ୍ଷ୍ମୀପୁର.୧୪।୦୪ .. ଲକ୍ଷ୍ମୀପୁର ବ୍ଲକସଦର ରେ ପଣାସଂକ୍ରାନ୍ତି,ଓଡିଆ ନବବର୍ଷ ତଥା ହନୁମାନ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇ ଜାଇଛି। ସଂକ୍ରାନ୍ତି ପାଇଁ ହନୁମାନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା ।ଲକ୍ଷ୍ମୀପୁର ମହା ବିଦ୍ୟାଳୟ ପାଖ ପାହାଡ ଉପରେ ଥିବା ହନୁମାନ ମନ୍ଦିରରେ ଭକ୍ତଙ୍କ ଲମ୍ବା ଲାଇନ ଲାଗି ରହିଥିଲା।ମନ୍ଦିରଟି ପାହାଡ ଉପରେ ଥିବା ବେଳେ ମନ୍ଦିର ପାଖକୁ ଜିବାପାଇଁ କୌଣସି ସ୍ଵତନ୍ତ୍ର ରାସ୍ତା ନଥିବାରୁ ଭକ୍ତ ମାନେ ବାଧ୍ୟ ହୋଇ ଅନ୍ୟ ଏକ ରାସ୍ତାରେ ମନ୍ଦିରକୁ ଜାଇ ଠାକୁର ଦର୍ଷନ କରି ପୁଜାର୍ଚନା କରିଥିଲେ।ମନ୍ଦିରକୁ ଆସିଥିବା ଭକ୍ତ ମାନଙ୍କ ପାଇଁ ପଣା ଓ ଅନ୍ନ ପ୍ରସାଦର ବ୍ୟବସ୍ଥା କମିଟି ତରଫରୁ କରାଯାଇଥିଲା।କିଛି ଭକ୍ତ ଘାଟି ରାସ୍ତାରେ ଚାଲି ନପାରି ମଟର ସାଇକଲରେ ଜାଉଥିବାରୁ ଅନ୍ୟ ଭକ୍ତ ମାନଙ୍କ ଚଳ ପ୍ରଚଳରେ ବାଧା ଉପୁଜିଥିଲା।କିଛି ଭକ୍ତ ବାଟରେ ରହି ରହି ମନ୍ଦିର ଜାଉଥିବା ନଜରକୁ ଆସିଥିଲା।ସେଠାରେ କୌଣସି ପାର୍କିଙ୍ଗ ବ୍ୟବସ୍ଥା ନଥିବାରୁ ମନ୍ଦିର ତଳେ ମାଳ ମାଳ ମଟର ସାଇକଲ ରଖି ଭକ୍ତମାନେ ମନ୍ଦିର ଜାଇଥିଲେ।ଫଳରେ ଅନ୍ୟ ଭକ୍ତମାନେ ଅସୁବିଧାର ସମୁଖିନ ହୋଇଥିଲେ।ତେଣୁ ତଳୁ ମନ୍ଦିର ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ରାସ୍ତା ନିର୍ମାଣ ଓ ପାର୍କିଙ୍ଗ୍ ବ୍ୟବସ୍ଥା କରିବା ସହ ମନ୍ଦିର ନିକଟକୁ ଜାନ ବାହାନ ପ୍ରବେସ ଉପରେ ରୋକ ଲଗାଇବାକୁ ଅନେକ ଭକ୍ତ ମାନେ କହିଥିଲେ।ମନ୍ଦିର ପରିଚାଳନା କମିଟି ର ହରେକୃଷ୍ଣ ସାହୁ, ଅମରେଶ ଶତପଥି, ଏକଲବ୍ୟ ଚୌଧୁରୀ, ବୁଲୁ କର୍କରା, ସୁରଜ ନାୟର, ହୃଷିକେଶ ସାହୁ, ବଳରାମ ରାଜ ଗୁଡ଼ିଆ, ଦେବାଶ ବେହେରା ଙ୍କ ସହ ଅନେକ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।ସେହିପରି ତୟାପୁଟ ବସ ଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିର ଓ ମୀନାପାଇ ଘାଟି ରାସ୍ତା କଡରେ ଥିବା ସମଲେଇ ମନ୍ଦିର ଠାରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯାଇ ଥିଲା।ପଣା ପିଇବା ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ