Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପ୍ରିଲ ୧୬ରୁ +୩ ନାମଲେଖା ପ୍ରକିୟା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ଏପ୍ରିଲ ୧୬ ତାରିଖ (୧୬. ୦୪. ୨୦୨୫) ଠାରୁ Common Application Form (CAF) ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ (NEP-2020) ଆଧାରରେ କରାଯିବ। ଏହି ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀମାନେ SAMS ମାଧ୍ୟମରେ Common Application Form (CAF) ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ବିଭିନ୍ନ ପ୍ରକାର ଯଥା: ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ (Single Major with Two Minors) କିମ୍ବା ଦୁଇଟି ମୁଖ୍ୟ ବିଷୟ (Double Majors) କିମ୍ବା ତିନିଟି ଉପବିଷୟ (Three Minors) ଚୟନ କରିପାରିବେ।

ଏଥିସହ ଶିକ୍ଷାବର୍ଷ ୨୦୨୫-୨୬ରେ ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ ୧୦ ତାରିଖ ସୁଦ୍ଧା ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ