Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ,

CREATOR: gd-jpeg v1.0 (using IJG JPEG v62), quality = 82

ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି ପାଇଁ ଭଲ ଫସଲ ଅମଳ ହେବାର ଆଶା ସଞ୍ଚାର ହୋଇଛି।

ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ ୮୭ ସେଣ୍ଟିମିଟର ହୋଇଥିବାବେଳେ ମୌସୁମୀ ଚତୁର୍ମାସରେ ଏହାର ୧୦୫ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଥିବା ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍‌. ରବିଚନ୍ଦ୍ରନ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତାମିଲନାଡୁର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇପାରେ। ସେହିପରି ଜମ୍ମୁ-କଶ୍ମୀର, ଲଦାଖ, ବିହାରର କେତେକ ଅଞ୍ଚଳରେ ମଧ୍ୟ କମ୍‌ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକରୁ ଅଧିକ ବର୍ଷା ହେବ।

ଭାରତରେ ମୌସୁମୀ ବର୍ଷାକୁ ପ୍ରଭାବିତ କରୁଥିବା ସମସ୍ତ ବୈଶ୍ୱିକ କାରକ ମଧ୍ୟରୁ ଚଳିତ ବର୍ଷ ୨ଟିର ନିଷ୍କ୍ରିୟ ପ୍ରଭାବ ରହିବାକୁ ଥିବାବେଳେ ଗୋଟିଏର ସକାରାତ୍ମକ ପ୍ରଭାବ ଅନୁଭୂତ ହେବ। ତେଣୁ ଆଗାମୀ ମୌସୁମୀରେ ସ୍ବାଭାବିକ ବର୍ଷା ହେବାର ୩୦ ପ୍ରତିଶତ ସୁଯୋଗ ରହିଥିବାବେଳେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବାର ୩୩% ଅତ୍ୟଧିକ ବର୍ଷା ହେବାର ୨୬% ସମ୍ଭାବନା ରହିଥିବା ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପାଣିପାଗ ବିଭାଗ କହିବା ଅନୁଯାୟୀ, ୫୦ ବର୍ଷର ହାରାହାରି ବୃଷ୍ଟିପାତ ୮୭ ସେଣ୍ଟିମିଟରର ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେଲେ, ଏହାକୁ ସ୍ବାଭାବିକ ବିବେଚନା କରାଯାଇଥାଏ। ୯୦ ପ୍ରତିଶତରୁ କମ୍‌ ବର୍ଷାକୁ ବର୍ଷାଭାବ ଧରାଯାଉଥିବାବେଳେ ୯୦ରୁ ୯୫ ପ୍ରତିଶତକୁ ସ୍ବାଭାବିକଠାରୁ କମ୍‌ ଏବଂ ୧୦୫ରୁ ୧୧୦ ପ୍ରତିଶତ ମଧ୍ୟରେ ବୃଷ୍ଟିପାତକୁ ସ୍ବାଭାବିକଠାରୁ ଅଧିକ ତଥା ୧୧୦ ପ୍ରତିଶତରୁ ଅଧିକ ବର୍ଷାକୁ ଅତ୍ୟଧିକ ବୃଷ୍ଟିପାତ ବିବେଚନା କରାଯାଏ।

ଆଇଏମଡି ମହାନିର୍ଦ୍ଦେଶକଙ୍କ ଅନୁଯାୟୀ, ବର୍ତ୍ତମାନ ଦେଶର ଏକ ବଡ଼ ଭାଗରେ ପ୍ରବଳ ଗରମ ରହିଛି। ଆଗାମୀ ତିନି ମାସ ମଧ୍ୟରେ ଗରମ ସ୍ତର ଆହୁରି ବୃଦ୍ଧି ପାଇପାରେ। ଅତ୍ୟଧିକ ଗରମ ଯୋଗୁ ପାୱାର ଗ୍ରୀଡ ଉପରେ ଚାପ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ସେ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ ପ୍ରବଳ ଗରମ ଯୋଗୁ ଜଳଭଣ୍ଡାରଗୁଡ଼ିକରେ ପାଣିର ଅଭାବ ହୋଇପାରେ ଏବଂ ଅନେକ ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ତଥାପି, ଏହି ପରିସ୍ଥିତିରେ ବର୍ଷାର ପୂର୍ବାନୁମାନ ବହୁତ ଆରାମଦାୟକ। ପାଣିପାଗ ବିଭାଗ ଅନୁଯାୟୀ, ବର୍ଷା କେବଳ କୃଷି କ୍ଷେତ୍ର ପାଇଁ ନୁହେଁ ବରଂ ସହରଗୁଡ଼ିକ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।