Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ୧୮ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷ୍ଣ କଲା ବିଜେଡି। ଗତକାଲି ଦଳ ପକ୍ଷରୁ ସାଂଗଠାନିକ ନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛି। ତିନି ଦିନ ଯାଏ ଅର୍ଥାତ୍ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା । ଏହି ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଆସନ୍ତାକାଲି ଠାରୁ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ । ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା’ପରେ ଏକଜେକ୍ୟୁଟିଭ କମିଟି ଗଠିତ ହେବ । ତା’ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଅପରପକ୍ଷେ ସଭାପତି ପଦ ପାଇଁ ନୋମିନେସନ କେବେ ଓ ନିର୍ବାଚନ କେବେ,ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ।
ତେବେ ଏହି କ୍ରମରେ ବିଜେଡି ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ଦଳ ପକ୍ଷରୁ ପ୍ରେସ୍ ବିବୃତି ଜରିଆରେ ଏହାର ସୂଚନା ଦିଆଯାଇଛି । ବିଜେଡିର ପ୍ରେସ୍ ବିବୃତି ଅନୁଯାୟୀ, ଅନୁଗୁଳ ଜିଲ୍ଲାର ବିଜେଡି ସଭାପତି ପାଇଁ ବ୍ରଜକିଶୋର ପ୍ରଧାନ, ବରଗଡ ପାଇଁ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ଵାଇଁ, ବୌଦ୍ଧ ପାଇଁ ପ୍ରଦୀପ କୁମାର ଅମାତ, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଚନ ବିଶ୍ଵାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ କୁମାର ମୁଦୁଲୀ, ଯାଜପୁର ପାଇଁ ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ା ପାଇଁ ହରିଶ ଗନ୍ତରା ନିଯୁକ୍ତ ହୋଇଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାର ବିଜେଡି ସଭାପତି ଭାବେ ପଦ୍ମନାଭ ବେହେରା, ମାଲକାନଗିରି ପାଇଁ ମାନସ ମାଡକାମି, ମୟୂରଭଞ୍ଜ-୧ ପାଇଁ ସୁଦାମ ମାରାଣ୍ଡି, ନବରଙ୍ଗପୁର ପାଇଁ ମନୋହର ରଣଧରୀ, ନୟାଗଡ଼ ପାଇଁ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା ପାଇଁ ଅବନୀ ରଞ୍ଜନ ଯୋଶୀ, ପୁରୀ ପାଇଁ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର ପାଇଁ ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼ ପାଇଁ ଯୋଗେଶ ସିଂଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନାମ ଘୋଷଣା କରିଛି ବିଜେଡି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ