Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ଆଶୀର୍ବାଦଙ୍କ ମୃତଦେହ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ଓଡ଼ିଶା ଡଟ୍ ନ୍ୟୁଜ୍: ଜୀବିତ ଅବସ୍ଥାରେ ମିଳିଲାନି ନିଖୋଜ ଆଶୀର୍ବାଦ । ବହୁ ଆଶା ଓ ଆଶଙ୍କା ଭିତରେ ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ । ସାରା ଅଞ୍ଚଳରେ ଶୋକର ଛାୟା । ଧର୍ଯ୍ୟ ହରା ପରିବାର ଲୋକେ । ସତେ ଯେମିତି ସ୍ତବ୍ଧ ହୋଇ ଯାଇଛି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳ । ନାବାଳକଙ୍କୁ ତାର ଦାଦା ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ଦାଦା ପ୍ରଭାକର ସାହୁକୁ ପୋଲିସ ଅଟକ ରଖିଛି ।

ଗତ ୧୩ ତାରିଖରେ ଖେଳୁଥିବା ବେଳେ ଗାଁ ଦାଣ୍ଡରୁ ନିଖୋଜ ହୋଇ ଯାଇଥିଲା ଆଶୀର୍ବାଦ । ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ପୁଅକୁ ପାଇ ନଥିଲେ । ତା’ପର ଦିନ ଏନେଇ ଡେଲାଙ୍ଗ ଥାନାରେ ଏତଲା ଦେଇଥିଲେ । ପୋଲିସ ଆଶୀର୍ବାଦକୁ ଖୋଜାଖୋଜି କରିବାକୁ ଉଦ୍ୟମ ଜାରି ରଖିଥିଲା । ଅନ୍ୟପକ୍ଷରେ ଆଶୀର୍ବାଦଙ୍କ ବାପାମାଆ ନିଖୋଜ ପୁଅକୁ ଖୋଜି ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କରିଥିଲେ । ଏଥିସହ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଅଂଚଳବାସୀ । ଡେଲାଙ୍ଗ-କଣାସ ଓ ଖୋର୍ଦ୍ଧା ପଟ୍ଟନାୟିକିଆ ରାସ୍ତାକୁ ଅବରୋଧ କରି ପୋଲିସ ଓ ପ୍ରଶାସନଠୁ ନ୍ୟାୟ ଦାବି କରିଥିଲେ ।

ପୁରୀ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । ଗତକାଲି ଘର ପାଖ ପାଇଖାନା ଟାଙ୍କିରୁ ନିଖୋଜ ପୁଅର ମୃତଦେହ ମିଳିଥିଲା । ଦାଦା ପୁତୁରାକୁ ହତ୍ୟା କରି ପାଇଖାନାରେ ଟାଙ୍କିରେ ପକାଇଦେଇଥିବା ଜଣାଯାଇଛି । ପୋଲିସ ଅଭିଯୁକ୍ତ ଦାଦାକୁ ଅଟକ ରଖି ପଚରାଉଚରା କରୁଛି । ଉତ୍ତ୍ୟକ୍ତ ଲୋକ ଅଭିଯୁକ୍ତ ଘର ଭାଙ୍ଗି ଦେଇଛନ୍ତି ।

ଅନ୍ୟପକ୍ଷରେ ନାବାଳକର ଗୁପ୍ତାଙ୍ଗ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାରୁ ବଢିଛି ମର୍ଡର ମିଷ୍ଟ୍ରି। ହତ୍ୟାକାଣ୍ଡକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି। ୧୧ ବର୍ଷୀୟ ଆଶୀର୍ବାଦକୁ କାହିଁକି ହତ୍ୟା କଲା ପ୍ରଭାକର ? ହତ୍ୟା ପଛରେ ପ୍ରକୃତ କାରଣ କଣ ? ପାରିବାରିକ ଶତ୍ରୁତା ନା ଅନ୍ୟ କୌଣସି କାରଣ ? ଉଲଗ୍ନ ଓ ଗୁପ୍ତାଙ୍ଗ କଟା ଅବସ୍ଥାରେ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ହତ୍ୟାକାଣ୍ଡ ପଛରେ ଅନେକ କଥା ଶୁଣିବାକୁ ମିଳୁଛି। ସ୍ଥାନୀୟ ଲୋକ ଅଭିଯୁକ୍ତ ପ୍ରଭାକରକୁ ଫାଶୀ ଦେବାକୁ ଦାବି କରୁଛନ୍ତି। ଉତ୍ୟକ୍ତ ଲୋକ ଅଭିଯୁକ୍ତର ଘର ଭାଙ୍ଗିଥିବା ସୂଚନା ମିଳିଛି। ଆଶୀର୍ବାଦଙ୍କ ନିଖୋଜକୁ ନେଇ ସାରା ଡେଲାଙ୍ଗ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ