Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହ୍ୟ ହେଉଛି ତାତି; ୪୫ ଡିଗ୍ରୀ ଟପିପାରେ ତାପମାତ୍ରା

ଭୁବନେଶ୍ଵର: ୪୫ ଡିଗ୍ରୀ ଡେଇଁଛି ପାରଦ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ନିଆଁ ବର୍ଷୁଛି। ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା।ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢିବ।

୨୫ ତାରିଖ ଯାଏ ତାତିରୁ ଟିକିଏ ବି ନିସ୍ତାର ମିଳିବନାହିଁ। ଆଜି ପାଇଁ ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଭଳି ୪ ଜିଲ୍ଲାକୁ ହିଟ୍‌ ୱେଭ୍ ନେଇ ବିଭାଗ ତରଫରୁ ସତର୍କତା ଜାରି କରିଛି। ୨୨ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୬ ଡିଗ୍ରି ଛୁଇଁବାର ସମ୍ଭାବନା ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା ତାପମାତ୍ରା ୪୩ ଡିଗ୍ରି ଉପରେ ରହିପାରେ ।

ତେବେ ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତ ସଂଖ୍ୟା ବଢ଼ିଛି। ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ୫୦ ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ଆସିଥିବା ସରକାରୀ ଭାବେ କୁହାଯାଇଛି। ଆସନ୍ତା ୨ ଦିନ ଭିତରେ କେତେକ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। 

ଗତ ସୋମବାର ଝାରସୁଗୁଡ଼ାରେ ତାତି ଛୁଇଁଛି ୪୫.୪ ଡିଗ୍ରୀ। ସେହିପରି ବୌଦ୍ଧରେ ୪୩.୨, ସମ୍ବଲପୁର ୪୩, ସୁନ୍ଦରଗଡ଼ ୪୩, ଟିଟିଲାଗଡ଼ ୪୩, ଭବାନୀପାଟଣା ୪୨.୫, ହୀରାକୁଦ ୪୨.୪, ବଲାଙ୍ଗୀର ୪୨.୩, ସୋନପୁର ୪୨.୧, ବରଗଡ଼ ୪୨, ରାଉରକେଲା ୪୨, ଅନୁଗୁଳ ୪୧.୭, ନୂଆପଡ଼ା ୪୧.୫, ପାରଳାଖେମୁଣ୍ଡି ୪୦, ଭୁବନେଶ୍ବର ୩୬, କଟକରେ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ