ପହଲଗାଓଁ ନରସଂହାର: ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଦେଶକୁ ଓ ସମସ୍ତ ରାଜନୈତିକ ଦଳକୁ ସେ ପହଲଗାଁଓ ଆକ୍ରମଣ ସମ୍ପର୍କରେ ଅବଗତ କରାଇବେ ।
ଏହାସହ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି, ଆଗକୁ କ’ଣ ପଦକ୍ଷେପ ନେବେ ସେ ନେଇ ମଧ୍ୟ ଅବଗତ କରାଇବେ ରାଜନାଥ ସିଂହ । ସମସ୍ତ ଦଳ ସହିତ ଏ ନେଇ ନିଜେ ରାଜନାଥ ସିଂହ ଓ ଅମିତ ଶାହା ଗତକାଲି କଥା ହୋଇଥିଲେ । ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ସାରା ଦେଶ ଏକଜୁଟ୍ ଅଛି। ସେହି ସନ୍ଦେଶ ଦେବାକୁ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ସେପଟେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ।