Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣ୍ଡୁରୁଚିଆଁ “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ, ୯୨ ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ଶୁଭାରମ୍ଭ

ଜମନକିରା : ଜମନକିରା ବ୍ଲକ ଗୁଣ୍ଡୁରୁଚିଆଁ ରେ “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ୯୨ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଶୁଭାରମ୍ଭ
ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜି କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଜମନକିରା ପଞ୍ଚାୟତ ସମିତି ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ଠାରେ ବିଭିନ୍ନ ବିଭାଗର ୯୨ଟି ଉନ୍ନୟନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମାନ୍ୟବର ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ଵାରା ଗ୍ରାମୀଣ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ପାନୀୟଜଳ ଯୋଗାଣ , ଯୋଗାଯୋଗ କ୍ଷେତ୍ରରେ ଉନ୍ନତି, କୃଷି କ୍ଷେତ୍ରରେ ସମୃଦ୍ଧି ଆଣିବା ସହ ଗ୍ରାମବାସୀଙ୍କ ଜୀବନଧାରଣ ମାନରେ ଆହୁରି ଉନ୍ନତି ଆସିପାରିବ। ଏହି ପ୍ରକଳ୍ପଗୁଡିକ ଲୋକଙ୍କ କଲ୍ୟାଣ ସହ ଗାଁଗୁଡିକୁ ବିକାଶ ମାର୍ଗରେ ଅଗ୍ରସର ହେବ ବୋଲି ମନ୍ତ୍ରୀ ତାଙ୍କ ଉଦବୋଧନରେ ପ୍ରକାଶ କରିଥିଲେ। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ବ୍ଲକ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ