Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଷୟ ତୃତୀୟା ଦିନ ବାଲ୍ୟ ବିବାହ ନେଇ ସଚେତନତା କାର୍ଯ୍ୟକ୍ରମ

ଜମନକିରା :
ସମ୍ବଲପୁର ସମନ୍ୱିତ ବିକାଶ ପ୍ରତିଷ୍ଠାନ ଆନୁକୁଲ୍ୟରେ କୈଳାସ ସତ୍ୟାର୍ଥୀ ଚିଲ୍ଡ୍ରେନ୍ ଫାଉଣ୍ଡେସନ ସହାୟତାରେ ଅକ୍ସେସ୍ ଟୁ ଜଷ୍ଟିସ୍ ପ୍ରକଳ୍ପ ଜରିଆରେ ଅକ୍ଷୟ ତୃତୀୟା ଅବସରରେ “ବାଲ୍ୟ ବିବାହ” ବନ୍ଦ ଅଭିଯାନ କୁ ଦେହୁରୁଣିମାଲ୍ ର ଦେବେଶ୍ୱର ମନ୍ଦିର ର ପୂଜକ, ମୁକ୍ତେଶ୍ଵର ମନ୍ଦିର ପୂଜକ, ପୁରୋହିତ ଏଵଂ ଗ୍ରାମବାସୀ ବୃନ୍ଦଙ୍କ ଦ୍ଵାରା ଏକ ଶପଥ ପାଠ ଆୟୋଜିତ କରାଯାଇଥିଲା। ଅକ୍ଷୟ ତୃତୀୟା ଦିନ ଠାରୁ ବିବାହର ତିଥି ବାର ପ୍ରାରମ୍ଭ ହୋଇଥାଏ ଏଵଂ ଏହି ଦିନଟି ହିନ୍ଦୁ ଧର୍ମ ଅନୁସାରେ ପବିତ୍ର ମନାଯାଏ। ଯେହେତୁ ବିବାହ କାର୍ଯ୍ୟ ଲାଗି ମୁଖ୍ୟତଃ ମନ୍ଦିରର ପୂଜକ, ପୁରୋହିତ ମାନଙ୍କର ନେତୃତ୍ୱ ରହିଥାଏ। ତେଣୁ ତୃଣମୂଳ ସ୍ତରରୁ କିପରି ବାଲ୍ୟ ବିବାହକୁ ରୋକାଯାଇ ପାରିବ ସେ ନେଇ ସିଡ଼ି ଅନୁଷ୍ଠାନ ତଥା ବାଲ୍ୟ ବିବାହ ପ୍ରକଳ୍ପର ନିର୍ଦ୍ଦେଶକ ଭୁବନେଶ୍ୱର ଦ୍ବିବେଦୀ, ସଂଯୋଜକ ପ୍ରଶାନ୍ତ କୁମାର ପ୍ରଧାନ ଏଵଂ ସମ୍ପ୍ରଦାୟ ସଙ୍ଗଠକ ସଞ୍ଜୟ ଧୂରୁଆ ଓ ପ୍ରଦୀପ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନ ମାନଙ୍କରେ ସଚେତନତା ସଭା ଆୟୋଜନ ସହିତ ମନ୍ଦିରର ପୂଜକ, ପୁରୋହିତ ଏଵଂ ସମସ୍ତ ଧର୍ମୀୟ ନେତା ମାନଙ୍କୁ ନେଇ ଶପଥପାଠ କରାଯାଇଥିଲା। ଯେପରି ଏହି ତିଥି ଠାରୁ ବାଲ୍ୟ ବିବାହ ସଂପୂର୍ଣ୍ଣ ରୋକାଯାଇ ପାରିବ ସେ ନେଇ ନିଷ୍ପତ୍ତି ନିଆଗଲା ଏଵଂ ବାଲ୍ୟବିବାହ ମୁକ୍ତ ଭାରତ ଗଠନରେ ସରକାରଙ୍କ ଉକ୍ତ ଅଭିଯାନକୁ ସଫଳ କରିବାରେ ସହଯୋଗ ରହିବ ସେ ନେଇ ସଚେତନତା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ