Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦାବାହାଲ ରେ ବିଶ୍ୱଶାନ୍ତି ମହାଯଜ୍ଞ, ସନାତନ ଧର୍ମର ସୁରକ୍ଷା ପାଇଁ ପ୍ରାର୍ଥନା

ଜମନକିରା : ଜମନକିରା ବ୍ଲକ କୁଳୁଣ୍ଡି ପଞ୍ଚାୟତ ବନ୍ଦାବାହାକ ଗାଁରେ ଆଜି ରବିବାର ଦିନ ଶ୍ରୀଶ୍ରୀ ଅଖଣ୍ଡ ସତ୍ୟ ସନାତନ ସଂଘ ପକ୍ଷରୁ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ଦେବାନନ୍ଦ ଶାସ୍ତ୍ରୀ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ମୁଖ୍ୟକର୍ତ୍ତା ଭାବେ ଈଶ୍ୱର ଓ ଗୁରୁବାରୀ ନାଏକ ପୂଜା କର୍ମକାଣ୍ଡର ଦାୟିତ୍ୱ ନିର୍ବାହ କରିଥିବା ବେଳେ ମନୋଜ କୁମାର ଓ ପୁଷ୍ପା ସାହୁ ଶସ୍ତ୍ରୀକ ସହ କର୍ତ୍ତା ଦାୟିତ୍ୱ ନେଇଥିଲେ। ହୋମ, ଯଜ୍ଞ ପୂଜାପାଠ କରାଯାଇ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ କୁଲୁଣ୍ଡି ଗ୍ରାମର ସଂକୀର୍ତ୍ତନ ଦଳ ପ୍ରଭୁ କୃଷ୍ଣ ଓ ଶ୍ରୀରାମଙ୍କ ନାମ ସଂକୀର୍ତ୍ତନ କରିଥିଲେ। ଆଶ୍ରମର ଉମାକାନ୍ତ ସମ୍ପର୍ଣ୍ଣାଚାର୍ଯ୍ୟ ଏହାର ମୁଖ୍ୟ ପୁରୋଧା ଥିବା ବେଳେ ଭୋଜପୁର ର ଶିବାନନ୍ଦ ସରସ୍ବତୀ, ବାସୁଦେବ ମହାରାଜ, ଜ୍ୟୋତିଷ ସମ୍ରାଟ ଯୋଗେଶ୍ୱର ସାହୁ, ପଶ୍ଚିମ ଓଡିଶା ଗୋସେବା ମୁଖ୍ୟ ପ୍ରସନ୍ନ ପ୍ରଧାନ, ଅଞ୍ଚଳର ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଜମନକିରା ବ୍ଲକ ବିଜେପି ସମ୍ପାଦକ ତଥା ପୂର୍ବତନ ସମିତି ସଭ୍ୟ ରୁପେଶ ଚନ୍ଦ୍ର ଭୋଇ, ମନ୍ଦିର ସଂଗଠକ ମନୋରଞ୍ଜନ ମେହେର ଓ ଲଇଡ଼ାର ପୂର୍ବତନ ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଟି ଯଜ୍ଞ ମହାସଭାର ଅତିଥି ରୂପେ ଯୋଗଦାନ କରି ବିଶ୍ୱଶାନ୍ତି ପାଇଁ ସାମାଜିକ ସହବସ୍ଥାନ ଓ ଦୈନନ୍ଦିନ ଜୀବନ ଚର୍ଚ୍ଚା ବିଷୟରେ ଆଲୋଚନା କରି ସନାତନ ଧର୍ମର ସୁରକ୍ଷା ସହିତ ଜାତି ସମାଜର ମଙ୍ଗଳମୟ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ ଚନ୍ଦ୍ରଦେବ ବହିଦାର, ଅନନ୍ତରାମ ବେହେରା (ରାତୁ ଭାଇ), ବୋଧିରାଜ କାଲୋ ପ୍ରମୁଖ ପରିଚାଳନା କରିଥିଲେ।ବନ ମୂଳକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଆବାଳ ବୃଦ୍ଧ ବନିତା ଯୋଗଦେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଉପସ୍ଥିତ ସମସ୍ତ ଭକ୍ତ ଜନତାଙ୍କୁ ଜଲପାନ ସହିତ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ