Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖର୍ସନମାଲ ପଞ୍ଚାୟତ; ଏମବିକେ ଙ୍କ ବହିଷ୍କାର ଦାବି ନେଇ ତେଜିଲେ ମହିଳା ଗୋଷ୍ଠୀ ସଭ୍ୟା

ଜମନକିରା : ଜମନକିରା ବ୍ଲକ ଖର୍ସନମାଲ ପଞ୍ଚାୟତ ଏମବିକେ ଙ୍କ ବହିଷ୍କାର ଦାବି ନେଇ ଆଜି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ପଞ୍ଚାୟତ ସଭା ଗୃହରେ ଏକତ୍ରିତ ହୋଇ ନିଷ୍ପତ୍ତି ନେଇଛନ୍ତି। ମହାସଂଘର ସମ୍ପାଦିକା ଅନୁବତି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏମବିକେ ଙ୍କ ଦୁର୍ନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଲୋଚନା ମାଧ୍ୟମରେ ମୁଖ୍ୟତଃ ଗତ ବର୍ଷ ଏପ୍ରିଲ ୨୨ ତାରିଖରେ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠି ଓ କୁମକାପାଲି ତାରିଣୀ ଏସଏଚଜି ସଦସ୍ୟା ଜମନକିରା ତତ୍କାଳୀନ ବିଡ଼ିଓ ଏବଂ ଥାନା ଆଇଆଇସି ଙ୍କୁ ୩ ଲକ୍ଷ ଟଙ୍କା ଜାଲି ଦସ୍ତଖତ କରି ସଂପୃକ୍ତ ଏମବିକେ ସନ୍ତୋଷୀ ଏସଏଚଜି ନାମରେ ଋଣ ଉଠାଇ ଟଙ୍କା ହଡ଼ପ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ସେହି ଭଳି ସି.ଏଲେ.ଏଫ ରୁ ଜାଲିଆତି କରି ୧ ଲକ୍ଷ ପଚାଶ ହଜାର ଟଙ୍କା ଉଠାଣ କରିଥିବା ଏବଂ ସେ ଟଙ୍କା ପରିଶୋଧ କରିନଥିବା ଅଭିଯୋଗ କରିଥିଲେ। ଅନୁରୂପ ଭାବେ ତାରିଣୀ ଏସଏଚଜି ର ମହିଳା ମାଛ ଚାଷ କରି ୧ ଲକ୍ଷ ୨୭ ହଜାର ଟଙ୍କା ସବସିଡି ପାଇଥିଲେ। ସେଇଠୁ ମଧ୍ୟ ସଂପୃକ୍ତ ଏମବିଜେ ସବସିଡି ବାବଦରେ କାଗଜପତ୍ର କରିବା ମିଛ ବାହାନା କରି ୫୦ ହଜାର ଟଙ୍କା ହଡପ କରିଥିବା ନେଇ ମହିଳା ମାନେ ଅଭିଯୋଗ କରିଛନ୍ତି। ତେବେ କ୍ଷୋଭର ବିଷୟ ଏହି ଘଟଣା କୁ ୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ପୋଲିସ କିମ୍ବା ବ୍ଲକ ପ୍ରଶାସନ କିଛି ବି ପ୍ରତିକାର କଲା ନାହିଁ। ତେଣୁ ଆଜି ମହିଳା ମାନେ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସଭାରେ କେତେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନେ ଏମବିକେ ସହ ବିଭାଗୀୟ ଅଧିକାରୀ ଙ୍କ ସହ ହାତ ମିଳାଇ ଯୋଜନାର ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ କରି କହିଛନ୍ତି କି, ଏହାର ବ୍ଲକ ସ୍ତରରେ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ଏବଂ ଅଧିକାରୀ ଓ ଏଥିରେ ସଂଶ୍ଲିଷ୍ଟ ଥିବା ଏମବିକେ ମାନଙ୍କ ମଧ୍ୟ ପର୍ଦ୍ଦାଫାଶ ହେବ ବୋଲି ଦାବି କରିଛନ୍ତି। ଆଜିର ଏହି ବୈଠକରେ ପଞ୍ଚାୟତର ୭ ଜଣ ସିଆରପି, ୮ ଜଣ ଇସି ସଭ୍ୟା, ମହାସଂଘ ସଭ୍ୟାଙ୍କ ସମେତ ଶତାଧିକ ମହିଳା ମାନେ ଉପସ୍ଥିତ ଥିଲେ।
ଏ ସଂକ୍ରାନ୍ତରେ ସଂପୃକ୍ତ ଏମବିକେ ସୁନିତି ସାହୁଙ୍କୁ ଯୋଗାଯୋଗ କରି ପଚାରିବାରୁ ୨ ଲକ୍ଷ ୭୯ ହଜାର ସୁଝି ଦେଇଛି, ବାକି ଟଙ୍କା ଦରମା ମିଲି ନଥିବାରୁ ଦେଇ ପାରିନାହିଁ। ଜାଲ ଦସ୍ତଖତ କଥା ମୁଁ କରି ମୁଁ ଟଙ୍କା ଉଠେଇ ନାହିଁ ବୋଲି କହିଥିଲେ।
ସେହିପରି ବିଭାଗୀୟ ଓଏଲ୍ଏମ , ବିପିଏମ୍ ଦାୟିତ୍ୱରେ ଥିବା ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ତଦନ୍ତ କରାଗଲା ପରେ ଯଦି ଦୁର୍ନୀତି ଥାଏ ତାହା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ