Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗରିଆମୁଣ୍ଡା ରୁ ବେଆଇନ ମଦ ଜବତ: ଜଣେ ଗିରଫ

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ପିତାମହୁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗରିଆମୁଣ୍ଡା ଗାଁ ରେ ବେଆଇନ ମଦ ପ୍ରସ୍ତୁତ କାରବାର ଅଭିଯୋଗରେ ମଦ ସହ ବେପାରି କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରି ବିଭାଗ । ସୁଚନାମତେ ବୀରମହାରାଜପୁର ଅବକାରି ବିଭାଗ କୌଣସି ସୁତ୍ର ରୁ ସୁଚନା ପାଇ ଏହି ବ୍ଲକର ପିତାମହୁଲ ଗ୍ରାମ ପଞ୍ଚାୟତ ର ଗରିଆମୁଣ୍ଡା ଗାଁ ରେ ଚଡାଉ କରିଥିଲେ । ଗାଁ ର ବାବୁଲାଲ ସାହୁ ନାମକ ବେପାରି ନିକଟ ରୁ ବେଆଇନ ୮ ଲିଟର ଦେଶି ରନ୍ଧା ମଦ ଏବଂ ବାଇକ କୁ ଜବତ କରିବା ସହିତ ବେପାରି କୁ ଗିରଫ କରି ବୀରମହାରାଜପୁର ଏସଡିଜେଏମ ଙ୍କ କୋର୍ଟ କୁ ଚାଲାଣ କରିଥିଲେ । ବେଆଇନ ମଦ ଚଢାଉ ସମୟରେ ଅବକାରି ଇନିସପେକ୍ଟର ସୁମିତ୍ରା ହେମ୍ରମ ଙ୍କ ସହିତ ଏସଆଇ ଚିତ୍ତରଞ୍ଜନ ଦାସ, କନେଷ୍ଟବଲ ଉର୍ବି ମାଝି , ସିତାରାମ ପଧାନ , ଗୋପାଲ ଝାଙ୍କର ଏବଂ ଅନ୍ୟ ଅବକାରି କର୍ମଚାରିମାନେ ମଧ୍ୟ ସାମିଲ ଥିଲେ l