Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନର୍ସିଂ କଲେଜରେ ଆନ୍ତର୍ଜାତିକ ସେଵିକା ଦିବସ ଓ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜୟନ୍ତୀ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ସ୍ଥାନୀୟ ସମଲେଶ୍ଵରୀ ନର୍ସିଂ କଲେଜରେ ଆଜି ଶୁକ୍ରବାର ଆନ୍ତର୍ଜାତିକ ସେବିକା ଦିବସ ତଥା ଫ୍ଲୋରେନ୍ସ ନାଇଟଏଙ୍ଗେଲଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ନାୟକ ଏହି ସଭାରେ ଅଧ୍ୟକ୍ଷତା କରି ପ୍ରଥମେ ଫ୍ଲୋରେନ୍ସଙ୍କ ସହ ମଦର ଟେରେସା ଓ ମା ସରସ୍ଵତୀଙ୍କ ତୈଳଚ୍ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପଜ୍ଵଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ଉତ୍ସବରେ କଲେଜର ପ୍ରଶାସନିକ ଅଧିକାରୀ ଟୁନା ସାମଲ, ଅଧ୍ୟାପିକା ନୀତୁ ପଟେଲ, ସାଲିନା ପଟେଲ, ଅମିତ ପଟେଲ, ଛାତ୍ରୀ ସୁମତି ଟପ୍ପୋ ଓ ସୁମିତ୍ରା ମରେଇ ପ୍ରମୁଖ ତାଙ୍କ ଅଭିଭାଷଣରେ ଦିବସର ଉଦ୍ଦେଶ୍ୟ ଓ ମହତ୍ତ୍ଵ ସଂପର୍କରେ ଆଲୋଚନା କରିବା ସହ ଫ୍ଲୋରେନ୍ସଙ୍କ ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ ସମସ୍ତ ନର୍ସିଂ ଛାତ୍ରୀଗଣ କୌଣସି ବାଛବିଚାର ନକରି ରୋଗୀ ସେବା କରିବାକୁ ଶପଥ ପାଠ କରିଥିଲେ। ଶେଷରେ ଅନୁଷ୍ଠାନର ଉପ-ସଭାପତି ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।