Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବା ମୁକ୍ତେଶ୍ଵର ମନ୍ଦିର ରୋଷେଇ ଗୃହରେ ଘଟିଛି ଅମାନବୀୟ ଘଟଣା; ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଜମନକିରା : ଜମନକିରା ଥାନା ସଦର ମହକୁମା ସ୍ଥିତ ବାବା ମୁକ୍ତେଶ୍ଵର ମନ୍ଦିର ରୋଷେଇ ଗୃହରେ ଆଜି ଅପରାହ୍ନ ସାଢେ଼ ୧୨ ମନ୍ଦିର ର ଜୈନେକ ଶୋଭା ମହାପାତ୍ର ଓରଫ କେଦାର ( ୩୬) ନାମକ ସହଯୋଗୀ ପୂଜକ ମୁଖ୍ୟ ପୂଜକ ର ନାବାଳିକା (୧୨) ବର୍ଷ ଝିଅ କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଝିଅର ମା’ ଲିଖିତ ଅଭିଯୋଗ କରିଛନ୍ତି। ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ପୋଲିସ ଜମନକିରା ଥାନାରେ କେସ ନ.୮୭/୨୫- ୬୪(୨)(ଏଫ୍ ) ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ଅଭିଯୁକ୍ତ କେଦାର କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ଆସନ୍ତାକାଲି କୋର୍ଟ କୁ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାଇ, ଆଜି ବାବା ମୁକ୍ତେଶ୍ଵର ମନ୍ଦିର ର ପୂଜା ପାଳି ଭାବ ମହାପାତ୍ର ର ଥିଲା। କିନ୍ତୁ ସେ ଅନ୍ୟ ଜାଗାକୁ ପୂଜା କରି ଯାଇଥିବା ବେଳେ ସେ ତାର ବଡ ଭାଇ ନୀଳାଦ୍ରି ମହାପାତ୍ର କୁ ପୂଜା କରିବୁ ବୋଲି କହି କି ଚାଲି ଯାଇଥିଲା। କିନ୍ତୁ ନୀଳାଦ୍ରି ସାହାଯ୍ୟ କରିବା ପାଇଁ ଅଭିଯୁକ୍ତ କେଦାର କୁ ଅନୁରୋଧ କରିଥିଲା। କେଦାର ନୀଳାଦ୍ରି କଥାରେ ରାଜି ହୋଇଥିଲା। ନୀଳାଦ୍ରି ତାର ପୀଡ଼ିତା ଝିଆରୀ(୧୨) କୁ ନେଇ ମନ୍ଦିରକୁ ଯାଇଥିଲା। ଅନ୍ୟ ପଟେ କେଦାର ମଧ୍ୟ ସହଯୋଗ କରିବା ପାଇଁ ମନ୍ଦିର କୁ ଯାଇଥିଲା। ପୂଜା ପୂଜି ସାରି ମଧ୍ୟାହ୍ନ ଭୋଜନ ପରେ ନୀଳାଦ୍ରି ମନ୍ଦିର ପାଖରେ ଆଶ୍ରୟ ନେଇଥିବା ବେଳେ ପୀଡ଼ିତା ଝିଆରୀ ମନ୍ଦିର ରୋଷେଇ ଘରେ ଏକା ଆଶ୍ରୟ ନେଇଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ କେଦାର ରୋଷେଇ ଘରେ ପଶି ନାବାଳିକା ଝିଅ କୁ ଦୁଷ୍କର୍ମ କରିଥିଲା। ତେବେ ଝିଅ ଟି ନାବାଳିକା ହୋଇଥିବା ଯୋଗୁଁ ରକ୍ତସ୍ରାବ ହୋଇଥିଲା। ଝିଅ ଘରକୁ ଯାଇ ସବୁ କଥା ତା ମାଆ କୁ କହିଥିଲା। ମା” ଏହା ଜାଣିବା ପରେ ପଡିଶା ଲୋକଙ୍କ ସହାୟତାରେ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିବା ନେଇ ଥାନା ଅଧିକାରୀ ସାହୁ ପ୍ରକାଶ କରିଛନ୍ତି। ତେବେ ଏଭଳି ଘଟଣା ଯୋଗୁଁ ଭକ୍ତ ଗହଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ୨୯ ତାରିଖରେ ଶିବ ପାର୍ବତୀ ବିବାହ ଉତ୍ସବ ହେବାର ଥିବା ବେଳେ କମିଟିର କର୍ମକର୍ତା ବ୍ୟସ୍ତ ରହିଛନ୍ତି। ହେଲେ ଦୁଃଖର ବିଷୟ ଜଣେ ପୂଜକ ମନ୍ଦିରରେ ଏଭଳି କାର୍ଯ୍ୟ କରିଥିବାରୁ ଲୋକଙ୍କ ମନରେ ଭଗବାନଙ୍କ ପ୍ରତି ଆସ୍ଥା ତୁଟାଉଛନ୍ତି। ଏସଂକ୍ରନ୍ତରେ କମିଟି ସଭାପତି ପି.କେ.କନପାନଙ୍କୁ ପଚାରିବାରୁ ମନ୍ଦିର ଓ ମନ୍ଦିର ପରିସର କୁ ଶୁଦ୍ଧି କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ