Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସାବିତ୍ରୀ ବ୍ରତ; ସ୍ବାମୀଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରୁଛନ୍ତି ସଧବା ନାରୀ

ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ବ୍ରତ। ଓଡ଼ିଆ ପରମ୍ପରାର ଏକ ପ୍ରମୁଖ ବ୍ରତ ହେଉଛି ସାବିତ୍ରୀ ବ୍ରତ। ବିବାହିତ ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ । ମହିଳା ମାନେ ନୂଆ ଶଙ୍ଖା, ସିନ୍ଦୂର, ଫଳ, ବିଭିନ୍ନ ପୂଜା ସାମଗ୍ରୀ ନେଇ ପୂଜା କରୁଛନ୍ତି ମହିଳାମାନେ। ଦିନ ତମାମ ଉପବାସ ରହି ବ୍ରତ ପାଳନ କରିଛନ୍ତି ।

ଆଜି ଦିନରେ ବ୍ରତଧାରୀ ମହିଳା ମାନେ ଅନ୍ନଗ୍ରହଣ କରୁନଥିବା ବେଳେ, ପୂଜା ଶେଷ ପରେ ଫଳାହାର କରିଥାନ୍ତି । କାହିଁ କେଉଁ ଯୁଗରୁ ରହି ଆସିଛି ଏହି ପରମ୍ପରା ।ଏହି ବ୍ରତର ଅନେକ ମହତ୍ବ ରହିଛି। ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡିଥାଏ।

ପୌରାଣିକ କଥା ଅନୁଯାୟୀ ଏହି ବ୍ରତ ସ୍ୱାମୀ ପ୍ରତି ଭକ୍ତିର ଶକ୍ତିକୁ ବର୍ଣ୍ଣନା କରିଥାଏ।କିମ୍ବଦନ୍ତୀ କହେ ଯେ ସାବିତ୍ରୀଙ୍କ ସ୍ୱାମୀ ସତ୍ୟବାନ୍‌ଙ୍କର ଏକ ବର୍ଷ ମଧ୍ୟରେ ମୃତ୍ୟୁ ଯୋଗ ଥିଲା। ଯମରାଜ ଯେତେବେଳେ ସତ୍ୟବନଙ୍କୁ ନେବାକୁ ଆସିଲେ ସେତେବେଳେ ସାବିତ୍ରୀ ତାଙ୍କ ସ୍ୱାମୀଙ୍କ ଜୀବନ ରକ୍ଷା କରିବାକୁ ନିବେଦନ କରିଥିଲେ। ସାବିତ୍ରୀଙ୍କ ନିଷ୍ଠା ଏବଂ ତାଙ୍କ ସ୍ୱାମୀଙ୍କ ପ୍ରତି ଭକ୍ତିଭାବରେ ପ୍ରଭାବିତ ହୋଇ ଯମରାଜ ସତ୍ୟବାନ୍‌ଙ୍କ ଜୀବନ ଫେରାଇ ଦେଇଥିଲେ। ସେବେଠାରୁ ଏହି ବ୍ରତ ପାଳନ କରାହୋଇ ଆସୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ