Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ସୈନିକଙ୍କୁ ସମ୍ମାନ ଜଣାଇ କୁଚିଣ୍ଡାରେ ଅପରେସନ ସିନ୍ଦୂର ଉପଲକ୍ଷେ ବିରାଟ ଶୋଭାଯାତ୍ରା

ଜମନକିରା : ଅପରେସନ ସିନ୍ଦୂର ରେ ଭାରତୀୟ ସୈନିକଙ୍କ ଦକ୍ଷତା ଓ ସାହସର ପରାକାଷ୍ଠା ପ୍ରଦର୍ଶିତ ହେବା ପରେ, ଦେଶର ସର୍ବଭୌମତ୍ୱ ଓ ଅନ୍ତରୀଣ ସୁରକ୍ଷା ପ୍ରତି ତାଙ୍କର ଅଦମ୍ୟ ଯତ୍ନ ଉପଲକ୍ଷେ କୁଚିଣ୍ଡା ସହରରେ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ପ୍ରାୟ ୨୫ ଶହ ରୁ ଅଧିକ ଜନସାଧାରଣ ତଥା ଅନ୍ୟାନ୍ୟ ସାମାଜିକ ସଂଗଠନ ଏହି ଅଭିଯାନରେ ଯୋଗଦେଇଛନ୍ତି। ଏହି ଅବସରରେ ଜନମାନସ ତ୍ରିରଙ୍ଗା ଧ୍ୱଜ ହାତରେ ଧରି ‘ଭାରତ ମାତା କି ଜୟ’, ‘ଜୟ ଯବାନ’, ‘ଜୟ କିସାନ’ ଇତ୍ୟାଦି ନାରା ଦେଇ ସମଗ୍ର ସହରକୁ ପ୍ରକମ୍ପିତ କରିଥିଲେ। ଏହି ଶୋଭାଯାତ୍ରା ମାଧ୍ୟମରେ ସମସ୍ତେ ଭାରତୀୟ ସୈନିକଙ୍କ ସାହସ ଓ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଗ୍ରାମ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ଅଗ୍ରଣୀ ଭୂମିକା ନିଭାଇଥିଲେ। ତାଙ୍କ ସହ ସୁଶିଲ କୁମାର କର, ବିଭୂତି କଲ୍ୟାଣ ପଟେଲ, ମନୋଜ ମାଝୀ, ନିରୋଜ ସାହୁ, ଚୂଡ଼ାମଣି ମାକର, ରାଜକୁମାର ରକ୍ସା, ପ୍ରମବନ୍ଧୁ ନାଥ, ସଇଲେନ୍ଦ୍ର ନାୟକ ଓ ଅନ୍ୟାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରା ମାଧ୍ୟମରେ କାଶ୍ମୀରର ପାହାଲଗାଁ ଠାରେ ଆତଙ୍କବାଦୀ ଦ୍ୱାରା ନାମ ଓ ଧର୍ମ ପଚାରି ହତ୍ୟା କରାଯାଇଥିବା ଦୁଃଖଦ ଘଟଣା ପ୍ରତି ଭାରତୀୟ ସୈନିକଙ୍କ ଦ୍ୱାରା ଦିଆଯାଇଥିବା ଉଚିତ ଶିକ୍ଷାକୁ ସମ୍ମାନ ଜଣାଇଛନ୍ତି। ଏହି ଅଭିଯାନ ଦେଶର ସ୍ୱାଭିମାନ, ସୁରକ୍ଷା ଓ ଏକତା ପ୍ରତି ଏକ ଦୃଢ଼ ସନ୍ଦେଶ ଦେଇଛି।