Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଦୁଷ୍କର୍ମ ଘଟଣା; ଅଭିଯୁକ୍ତ କୁ ପୋସ୍କୋ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ସଦର ମହକୁମା ସ୍ଥିତ ବାବା ମୁକ୍ତେଶ୍ଵର ମନ୍ଦିର ରୋଷେଇ ଗୃହରେ ଗତକାଲି ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଆଜି ଜମନକିରା ପୋଲିସ ଅଭିଯୁକ୍ତ ଶୋଭା ମହାପାତ୍ର ଓରଫ କେଦାର ( ୩୬) କୁ ଗିରଫ କରି ଡାକ୍ତରୀ ମାଇନା ପରେ ସମ୍ବଲପୁର ପୋସ୍କୋ କୋର୍ଟ କୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ କେସ ନ.୮୭/୨୫- ୬୪(୨)(ଏଫ୍ ) ବିଏନେଏସ/୪ ପୋସ୍କୋ ଏକ୍ଟରେ ଏକ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ କରିଛି।
ପୋଲିସର ସୂଚନା ଅନୁଯାଇ, ଗତକାଲି ବାବା ମୁକ୍ତେଶ୍ଵର ମନ୍ଦିରର ପୂଜା ପାଳି ଭାବ ମହାପାତ୍ର ର ଥିଲା। କିନ୍ତୁ ସେ ଅନ୍ୟ ଜାଗାକୁ ପୂଜା କରି ଯାଇଥିବା ବେଳେ ସେ ତାର ବଡ ଭାଇ ନୀଳାଦ୍ରି ମହାପାତ୍ରକୁ ପୂଜା କରିବୁ ବୋଲି କହି କି ଚାଲି ଯାଇଥିଲା। କିନ୍ତୁ ନୀଳାଦ୍ରି ସାହାଯ୍ୟ କରିବା ପାଇଁ ଅଭିଯୁକ୍ତ କେଦାର କୁ ଅନୁରୋଧ କରିଥିଲା। କେଦାର ନୀଳାଦ୍ରି କଥାରେ ରାଜି ହୋଇଥିଲା। ନୀଳାଦ୍ରି ତାର ପୀଡ଼ିତା ଝିଆରୀ(୧୨) କୁ ନେଇ ମନ୍ଦିରକୁ ଯାଇଥିଲା। ଅନ୍ୟ ପଟେ କେଦାର ମଧ୍ୟ ସହଯୋଗ କରିବା ପାଇଁ ମନ୍ଦିର କୁ ଯାଇଥିଲା। ପୂଜା ପୂଜି ସାରି ମଧ୍ୟାହ୍ନ ଭୋଜନ ପରେ ନୀଳାଦ୍ରି ମନ୍ଦିର ପାଖରେ ଆଶ୍ରୟ ନେଇଥିବା ବେଳେ ପୀଡ଼ିତା ଝିଆରୀ ମନ୍ଦିର ରୋଷେଇ ଘରେ ଏକା ଆଶ୍ରୟ ନେଇଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ କେଦାର ରୋଷେଇ ଘରେ ପଶି ନାବାଳିକା ଝିଅ କୁ ଦୁଷ୍କର୍ମ କରିଥିଲା। ତେବେ ଝିଅ ଟି ନାବାଳିକା ହୋଇଥିବା ଯୋଗୁଁ ରକ୍ତସ୍ରାବ ହୋଇଥିଲା। ଝିଅ ଘରକୁ ଯାଇ ସବୁ କଥା ତା ମାଆ କୁ କହିଥିଲା। ମା” ଏହା ଜାଣିବା ପରେ ପଡିଶା ଲୋକଙ୍କ ସହାୟତାରେ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିବା ନେଇ ଥାନା ଅଧିକାରୀ ସାହୁ ପ୍ରକାଶ କରିଛନ୍ତି। ତେବେ ଏଭଳି ଘଟଣା ଯୋଗୁଁ ଭକ୍ତ ଗହଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ୨୯ ତାରିଖରେ ଶିବ ପାର୍ବତୀ ବିବାହ ଶୀତଳଷଷ୍ଟି ହେବାର ଥିବା ବେଳେ କମିଟିର କର୍ମକର୍ତା ବ୍ୟସ୍ତ ରହିଛନ୍ତି। ହେଲେ ଦୁଃଖର ବିଷୟ ଜଣେ ପୂଜକ ମନ୍ଦିରରେ ଏଭଳି କାର୍ଯ୍ୟ କରିଥିବାରୁ ଲୋକଙ୍କ ମନରେ ଭଗବାନଙ୍କ ପ୍ରତି ଆସ୍ଥା ତୁଟାଉଛନ୍ତି। ଏସଂକ୍ରନ୍ତରେ କମିଟି ସଭାପତି ପି.କେ.କନପାନଙ୍କୁ ପଚାରିବାରୁ ଆଜି ବ୍ରାହ୍ମଣ ଡାକି ମନ୍ଦିର ଓ ମନ୍ଦିର ପରିସର କୁ ପ୍ରତିଷ୍ଠା କରାଯାଇଛି ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ