Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଗବର ଗ୍ରାମ ନିକଟସ୍ଥ ଆଇ ଆଇ ଟି କଲେଜ ନିକଟରୁ ଗୋଚର ଜମି ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ତହସିଲ ଘେରାଉ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବାଗବର ଗ୍ରାମ ସ୍ଥିତ ଆଇ ଟି ଆଇ କଲେଜ ନିକଟରେ ଥିବା ଗୋଚର ଜମିକୁ କିଛି ଲୋକ ଦିନକୁ ଦିନ ଯୋର ଜବରଦସ୍ତ ଜବର ଦଖଲ କରି ଆସୁଥିବାରୁ ଉଚ୍ଛେଦ କରିବାର ପ୍ରତିବାଦ ରେ ଆଜି ବାଗବର ଗ୍ରାମର ଶତାଧିକ ଲୋକ ବୀରମହାରାଜପୁର ତହସିଲ ଅଫିସ ଘେରାଉ କରିଥିବା ଦେଖାଦେଇଛି l ସକାଳ ପ୍ରାୟ ୮ଘଣ୍ଟା ସମୟରେ ଗ୍ରାମର ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ଲୋକ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ I ସେମାନଙ୍କ କହିବା ଅନୁସାରେ ଗ୍ରାମରେ ଥିବା ଗୋଚର୍ ପଡ଼ିଆ କୁ ଦିନକୁ ଦିନ କିଛି ଲୋକେ ଜବର ଦଖଲ କରିଆସୁଥିବାରୁ ଗୋଚର ଜମି କ୍ରମେ ହ୍ରାସ ପାଇବାରେ ଲାଗିଛି l ଫଳରେ ଗାଈ ଗୋରୁ ଖାଦ୍ୟ ଖାଇବା ରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଜବର ଦଖଲ କାରୀ ଙ୍କୁ ୭ଦିନ ଭିତରେ ଉଚ୍ଛେଦ ନ କଲେ ଆଗମୀ ଦିନରେ ତହସିଲ ଅଫିସ ଘେରାଉ ସହ ରାସ୍ତା ରୋକ୍ କରିବାକୁ ଜିଦ୍ ଧରିଥିଲେ l ଫଳରେ ତହସିଲଦାର ଶୁଚିଶ୍ମିତା ପାଣିଗ୍ରାହି ଆନ୍ଦୋଳନ କାରିଙ୍କୁ ଆସନ୍ତା ୧୫ ଦିନ ଭିତରେ ଜବର୍ ଦଖଲ କlରୀଙ୍କୁ ହଟାଇ ଦିଆଯାଇ ପାରିବ l ଯେହେତୁ ସରକାରୀ ନିୟମ ଅନୁସାରେ ଉଚ୍ଛେଦ କରିବା ସହ ଆମ ପାଖରେ ଫଣ୍ଡ ଅଛି , ବିଡ଼ିଓ ଙ୍କୁ କହି ଗୋଚର ଜମିକୁ ସଂରକ୍ଷିତ ରଖିବା ପାଇଁ ଚାରିପଟେ ତାର ଜାଲି ଦେବlର୍ ବ୍ୟବସ୍ତା କରିବା କହିବା ପରେ ଆନ୍ଦୋଳନ କlରିମlନେ ଘେରାଉ ରୁ ଓହରି ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ