Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ବର୍ଷ ନିର୍ମାଣ ହେଲା ଇନ୍ଦ୍ରାବତୀ ବାମ କେନାଲ ରାସ୍ତା,ଉପକୃତ ହେଲେ କେନାଲ ଅଞ୍ଚଳ ର ଚାଷୀ ଓ ଜନ ସାଧାରଣ।

କଳାହାଣ୍ଡି:୦୩/୦୬
ବହୁମୂଖୀ ଇନ୍ଦ୍ରାବତୀ ଜଳ ପ୍ରକଳ୍ପର ବାମ କେନାଲ ମଙ୍ଗଳପୁର ବ୍ୟାରେଜ ଠାରୁ ଦୀର୍ଘ ୫୧ କିମି ରାସ୍ତା ଦୀର୍ଘବର୍ଷ ଧରି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିଲା।ଏହି ରାସ୍ତା ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ନିର୍ଭରଶୀଳ ହୋଇଥିବା ବେଳେ ଏହାର ପୂନର୍ରୁଦ୍ଧାର ହେଉ ନ ଥିବାରୁ ଚାଷୀଙ୍କ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା। ରାସ୍ତା ଏପରି ଶୋଚନୀୟ ହୋଇ ପଡିଥିଲା ଯେ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ଅନ୍ୟ ରାସ୍ତା ଦେଇ ଯାତାୟାତ କରୁଥିଲେ। ବିଭିନ୍ନ ସମୟରେ ରାସ୍ତା ନିର୍ମାଣ ନେଇ ଚାଷୀଙ୍କ ଆପତ୍ତି ଅଭିଯୋଗକୁ ନେଇ ଉପର ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଅଧିକ୍ଷଣ ଯନ୍ତ୍ରି ତ୍ରୁପ କୁମାର ପାତ୍ର ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଇଥିଲେ। ଇନ୍ଦ୍ରାବତୀ ବିଭାଗୀୟ ପକ୍ଷରୁ ଏନେଇ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଇଷ୍ଟିମେଟ କରି ଅନୁମୋଦନ ଓ ଅନୁଦାନ ପାଇଁ ଚିଠି ଲେଖିଥିଲେ। ଚାଷି ଙ୍କ ବୃହତ ସ୍ୱାର୍ଥ କୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାମ୍ପାସ ଯୋଜନାରୁ ୫୧ କିମି ରାସ୍ତା ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରି ଟେଣ୍ଡର ଆହ୍ୱାନ କରାଗଲା। ଏହି ଟେଣ୍ଡର ଓସିସି କମ୍ପାନୀ ପାଇଥିଲେ ।ପରବର୍ତ୍ତୀ ସମୟରେ ମଙ୍ଗଳପୁର ଡ୍ୟାମ ୦ କିଲୋମିଟରରୁ ଆରମ୍ଭ ହୋଇ ୫୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଜୟପାଟଣା ବ୍ଲକ ମଙ୍ଗଳପୁର ଡ୍ୟାମ ଠାରୁ ବାଞ୍ଜିବାହାଲ,ପ୍ରତାପପୁର,ସର୍ଗିଗୁଡା, ଭଇରିପାଳି, ବିମଳା,ମୋହନଗୁଡା, କନ୍ଦାବୁଟ୍ରା,କାଶିବାହଲ,କୁସୁମଖୁଣ୍ଟି,
ପୋଡବେଡା,ତରାପୁର,ନନ୍ଦିଗାଁ, ବୋଡେ଼ନ, କାଶିବାହଲ,ଧର୍ମଗଡ଼,ଖଇର ପଦର କେନାଲ ର ଶେଷ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି। ଫଳରେ ଏହି ପରିଧି ରେ ଥିବା ଚାଷୀ ଜନସାଧାରଣ ଲୋକ ମଧ୍ୟ ଉପକୃତ ହୋଇଛନ୍ତି।ଦୀର୍ଘ ବର୍ଷର ବ୍ୟବଧାନ ପରେ ଲୋକେ ବାମ କେନାଲ ଉପରେ ଚକାଚକ ରାସ୍ତା ପାଇବାରୁ ସୁବିଧାରେ ଗମନାଗମନ କରୁଛନ୍ତି। କୁସୁମଖୁଣ୍ଟି ବାମ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିର୍ମିତ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଦୀର୍ଘ ବର୍ଷ ପରେ ଚାଷି ଓ ଅଞ୍ଚଳ ର ଜନ ସାଧାରଣ ଯାତାୟାତ ଓ ଗମନାଗମନ କ୍ଷେତ୍ରରେ ଉପକୃତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ