Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା।

କଳାହାଣ୍ଡି:୦୩/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଲଡୁଗାଁ ପଞ୍ଚାୟତ ଘନାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିର୍ଘ ବର୍ଷ ଧରି ଶିକ୍ଷକ ଭାବେ କାର୍ଯ୍ୟରତ କୁଳମଣି ସାହୁ ଗତ ୩୧ ତାରିଖରେ ତାଙ୍କ ଚାକିରୀ କାର୍ଯ୍ୟକାଳ ରୁ ଅବସର ନେଇଛନ୍ତି। ତାଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସଵ ମଙ୍ଗଳବାର ସ୍କୁଲ ରେ ଉମେଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ମୁଖ୍ୟ ବକ୍ତା ଉକ୍ତ ବିଆରସିସି ତୋଫାନ ମାଝୀ,ସମ୍ମାନିତ ଅତିଥି ଭାବେ ଲଡୁଗାଁ କ୍ଲଷ୍ଟର ସିଆରସିସି ଫାଲଗୁନି ବାଣୁଆ, ଏକ୍ସ କେଡର ଶିକ୍ଷକ ବିରଞ୍ଚି ବାଗ, ଦେବୀସିଂ ମାଝୀ,ତ୍ରିନାଥ ନାଗ,ରଞ୍ଜିତ ଖମାରି ଉପସ୍ଥିତ ରହି ଶିକ୍ଷକ ଶ୍ରୀ ସାହୁ ଶିକ୍ଷକତା ଜୀବନ ରେ ଛାତ୍ରଛାତ୍ରୀ ଙ୍କ ପ୍ରତି ରହିଥିବା ଭଲ ପାଇବା,ସହକର୍ମୀ ଙ୍କ ସହ ଉତ୍ତମ ସମ୍ପର୍କ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସେ ତାଙ୍କ କର୍ମମୟ ଜୀବନ ତୁଲାଇଥିବା କହିବା ସହ ବିଦ୍ୟାଳୟ ପାଇଁ ରହିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ,ଏବଂ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ଏହି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆଜି ସମାଜରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି ବୋଳି ମତ ପ୍ରକାଶ ପାଇଛି। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ। ମଞ୍ଚ କୁ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ପରିଚାଳନା କରିଥିବା ବେଳେ ଏକ୍ସ କେଡର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ପ୍ରେମଲାଲ ସାହୁ, କାମଦେବ ନାଏକ ସହଯୋଗ କରିଥିଲେ।ପରେ ଶିକ୍ଷକ ଙ୍କୁ ତାଙ୍କ ଆଇଲି ସ୍ଥିତ ବାସଭବନ ରେ ଛାଡି ତାଙ୍କୁ ବିଦାୟ ବେଳା ର ଶୁଭେଚ୍ଛା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ